Latest Odisha News

BREAKING NEWS

କର୍ଣ୍ଣାଟକରେ ଆସ୍ଥାଭୋଟ୍ ଜିଣିଲେ ୟେଦ୍ଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ସୋମବାର ଦିନ ବିଜେପିର ୟେଦ୍ଦୁରପ୍ପା ସରକାର ଆସ୍ଥାଭୋଟରେ ବିଜୟ ହୋଇଛନ୍ତି । ଫଳରେ ଅନେକ ଦିନଧରି ଲାଗିରହିଥିବା ରାଜନୈତିକ କ୍ଷମତା ଲଢେଇର ପରିସମାପ୍ତି ଘଟିଛି ।

ବିଧାନସଭାରେ ୟେଦ୍ଦୁରପ୍ପା ସରକାର ଆଜି ଶକ୍ତି ପରୀକ୍ଷାରେ ବହୁମତ ହାସଲ କରିଛନ୍ତି । ବିଧାନସଭାରେ ବାଚସ୍ପତିଙ୍କ ଦ୍ୱରା କରାଯାଇଥିବା ଭଏସ୍ ଭୋଟରେ ୟେଦ୍ଦୁରପ୍ପା ପାସ୍ କରିଥିବାବେଳେ ଏହି ଅବସରରେ ବିରୋଧିମାନେ ଭୋଟିଂ ଲାଗି କୌଣସି ଦାବି କରିନଥିବା ଜଣାପଡିଛି ।

ପରବର୍ତ୍ତୀ ସମୟରେ ବାଚସ୍ପତି କେଆର ରମେଶ କୁମାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ସ୍ଥାନରେ ବିଜେପି ସରକାର ନୂତନ ବାଚସ୍ପତିଙ୍କୁ ଚୟନ କରିବେ ବୋଲି ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟରେ କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡ଼ିଏସ-କଂଗ୍ରେସ ମେଣ୍ଟ ସରକାରକୁ ୯୯ଟି ଭୋଟ ମିଳିଥିବା ବେଳେ ବିଜେପି ସପକ୍ଷରେ ୧୦୫ଟି ଭୋଟ ମିଳିଥିଲା । ଏହି ଆସ୍ଥା ଭୋଟରେ ପରାଜିତ ହେବାପରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଗତ ରବିବାର ଦିନ କଂଗ୍ରେସ-ଜେଡିଏସ୍ ମେଣ୍ଟର କୁମାରସ୍ୱାମୀ ସରକାର କ୍ଷମତାଚ୍ୟୁତ ହେବାପରେ ପରେ ବାଚସ୍ପତି ୧୪ କେଆର ରମେଶ କୁମାର ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ।

Leave A Reply

Your email address will not be published.