Latest Odisha News

BREAKING NEWS

ଆଲୋକମାଳାରେ ଝଲସୁଛି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା

କଟକ: ଆଜିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି । ୨ବର୍ଷର କରୋନା କଟକଣା ହଟିବା ପରେ ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ମହା ଆଡ଼ମ୍ବରର ସହ ଆୟୋଜିତ ହୋଇଛି । ମହାନଦୀ ପଠାରେ ଜମୁଛି ଲୋକଙ୍କ ଗହଳି । ତେବେ ବାଲିଯାତ୍ରାରେ ପଡ଼ିଛି ମୋଟ ୧୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ । ରାଜ୍ୟସ୍ତରୀୟ ଏହି ବାଲିଯାତ୍ରା ମେଳା ପଡିଆ ଆଲୋକମାଳାରେ ଝଲସି ଉଠିଲାଣି । ଏଥିସହ ପ୍ରଶାସନ ପକ୍ଷରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବଲିଉଡ ଓ ଓଲିଉଡର କଳାକାର।

୧୬ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବକୁ ଜାକଜକମରେ ପାଳନ କରିବା ପାଇଁ ଜିଲା ପ୍ରଶାସନ, କଟକ ମହାନଗର ନିଗମ(ସିଏମସି), କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏନେଇ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁବିଧା ଯୋଗାଇ ଦିଆଯାଇଛି  । ବାଲିଯାତ୍ରାରେ ଲୋକଙ୍କ ସୁରକ୍ଷା ପାଇଁ ୫୦ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ଏହି ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ ହେବ। ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେବେ ।  ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ପ୍ରାୟ ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.