Latest Odisha News

BREAKING NEWS

ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗୀର : କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ମୀନାବଜାର ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଘଟଣା  ବଲାଙ୍ଗୀର ତୁରେକେଲା ଅଞ୍ଚଳରେ ଘଟିଛି । ମୃତ ଯୁବକଙ୍କ ନାଁ ଦେବରାଜ ସାହୁ । ସେ ଜଣେ କୁକୁଡ଼ା ବ୍ୟବସାୟୀ ଥିଲେ  । ଗତ କିଛି ଦିନ ହେଲା ତୁରେକେଲାରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମୀନାବଜାର ପଡିଛି । ସେଠାରେ ରାମ ଦୋଳି ସହ ଅନେକ ଦୋଳି ଓ ଦୋକାନ ବଜାର ପଡ଼ିଥିଲା ।

ଗତକାଲି ରାତିରେ ଦେବରାଜ ରାମ ଦୋଳିରେ ବସି ଝୁଲୁଥିଲେ । ହେଲେ ହଠାତ୍ ସେ ତଳକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେବରାଜଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ରେ ଶୋକର ଛାୟା ଖେଳିଯାଇଛି । ଦେବରାଜ ଥିଲେ ତାଙ୍କ ପରିବାରର ରୋଜଗାରିଆ ପୁଅ ତେଣୁ ତାଙ୍କ ପରିବାରକୁ ଆର୍ଥୀକ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.