Latest Odisha News

BREAKING NEWS

ରିପ୍ଲବିକାନ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆହ୍ବାନ ଦେଲେ ଏଲୋନ୍ ମସ୍କ

ଓ୍ବାଶିଂଟନ:  ଆମେରିକାରେ ଏକ ସପ୍ତାହ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଟ୍ୱିଟର ସିଇଓ ଏଲୋନ୍ ମସ୍କ ଖୋଲାଖୋଲି ଭାବେ ରିପବ୍ଲିକାନ୍ କଂଗ୍ରେସକୁ ଭୋଟ ଦେବାପାଇଁ ନିଜର ସମର୍ଥନ ଜଣାଇଛନ୍ତି । ଆମେରିକା ଭୋଟରଙ୍କୁ ମଧ୍ୟ ସମାନ ଢ଼ଙ୍ଗରେ  ଭୋଟ୍ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଟ୍ରମ୍ପଙ୍କ ସମର୍ଥକ ଥିବା ମସ୍କ  ରିପ୍ଲବିକାନ ଦଳୁ ସମର୍ଥନ କରି ଆମେରିକାରେ ସରକାର ପରିବର୍ତ୍ତନ ପାଇଁ ଏବେଠୁ ଅପିଲ କରିଥିବା କୁହାଯାଉଛି ।

ମସ୍କଙ୍କ କହିବା କଥା ଆମେରିକାରେ ନିଜ ଦଳର ଭୋଟର ମାନେ ଅନ୍ୟ ଦଳର ପ୍ରାର୍ଥୀମାନଙ୍କୁ ସାଧାରଣତ ଭୋଟ ଦେଇନଥାନ୍ତି । ତେଣୁ ମସ୍କ ଟୁଇଟରରେ ଘୋଷଣା କରି କହିଛନ୍ତି  “ମୁକ୍ତ-ମତଦାତା ଭୋଟରଙ୍କ ପାଇଁ ମୁଁ ଆହ୍ବାନ କରୁଛି ସେମାନେ  ରିପବ୍ଲିକାନ୍ କଂଗ୍ରେସର ପ୍ରାର୍ଥୀମାନଙ୍କୁ  ଭୋଟ୍ ଦିଅନ୍ତୁ’’ । ଅବଶ୍ୟ ସେ ଦୁଇ ଦଳ ପ୍ରଥାକୁ ଗ୍ରହଣ କରିବା ସହ ଦୁଇ ଦଳ ଶାସନରେ ରହିବାକୁ ମଧ୍ୟ ସମର୍ଥନ କରିଛନ୍ତି । ଏପରିକି ଆଗାମୀ ଦିନରେ ଯଦି ଆବଶ୍ୟକ ପଡେ ତେବେ ସେ ଡେମୋକ୍ରାଟିକ୍ ଦଳକୁ ସମର୍ଥନ ଦେଇପାରନ୍ତି ବୋଲି ଅନ୍ୟ ଏକ ଟୁଇଟରେ ପରେ କହିଛନ୍ତି ।

ଆମେରିକାରେ ସାଧାରଣତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର ଅଧା ସମୟ ପରେ ମଧ୍ୟବର୍ତ୍ତିକାଳୀନ  ନିର୍ବାଚନ ଆରମ୍ଭ ହୋଇଯାଏ । ଏଥିରେ ହାଉସ ଅଫ ରିପ୍ରେଜେଣ୍ଟେଟିଭସ ର  ସମସ୍ତ 435 ଟି ଆସନ  ପାଇଁ ନିର୍ବାଚନ ହେବ ।  ଆମେରିକା ସିନେଟର 100 ଟି ଆସନ ମଧ୍ୟରୁ 33 କିମ୍ବା 34 ଟି ଆସନରେ ମଧ୍ୟ ନିର୍ବାଚନ ହେବ । ଯେଉଁ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେହି ଦଳର ପ୍ରାର୍ଥୀ ରାଷ୍ଟ୍ରପତି ହେବା ସହଜ ହେବ ।

ସେପଟେ ନଭେମ୍ବର 15ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିବେ ବୋଲି କହିଛନ୍ତି । ଯାହାକୁ ନେଇ ଚର୍ଚା ଆରମ୍ଭ ହୋଇଛି । ଗତ ନିର୍ବାଚନରେ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଥିବା ଜୋ ବାଇଡେନ ଅଧିକ ଆସନ ଜିତି ରାଷ୍ଟ୍ରପତି ହୋଇଥିଲେ । ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଥିବା ଡୋନାଲ୍ଡ ଟ୍ରମ୍ପ ହାରିଯାଇଥିଲେ ।

Leave A Reply

Your email address will not be published.