କଟକ: ଏସଟିଏ ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍। କଟକ ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କ ଅଫିସ ୯ଟି ସ୍ଥାନରେ ରେଡ୍ ଚାଲିଛି।
ଆଜି ସକାଳୁ ସକାଳୁ ଡେପୁଟି କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ। ପ୍ରଦୀପ ମହାନ୍ତିଙ୍କ ଘର ସହ ଭୁବନେଶ୍ୱର, କଟକ, ପୁରୀ ଓ ନୟାଗଡ଼ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମା ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀରେ ଥିବା ପ୍ରଦୀପଙ୍କ ସଂପର୍କୀୟ ଘରେ ମଧ୍ୟ ଚଢ଼ାଉ କରାଯାଇଛି।
ପ୍ରଦୀପଙ୍କର ଭୁବନେଶ୍ୱର ମାଳିପଡ଼ାରେ ଥିବା ପେଟ୍ରୋଲ ପମ୍ପ ଥିବା ଜଣାଯାଇଛି। ସେଠାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଦୀପ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରାଯାଇଛି। ୨ଜଣ ଆଡସିନାଲ ଏସପି, ୧୩ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୨୫ ଜଣ ଏସ୍ଆଇଆଇ ସମେତ ଅନ୍ୟ ଭିଜିଲାନ୍ସ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ପ୍ରଦୀପଙ୍କ ଭିଜିଲାନ୍ସ କ’ଣ ସବୁ ଜବତ କରିଛନ୍ତି ସୂଚନା ମିଳିନାହିଁ।
Comments are closed.