Latest Odisha News

BREAKING NEWS

ଆଜି ସରୁଛି ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ଖାତା ଦେଖା

ଭୁବନେଶ୍ୱର: ଆଜି ସରୁଛି ମାଟ୍ରିକ ପରୀକ୍ଷା। ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏଁ ପରୀକ୍ଷା ଚାଲିବ। ପେପର୍ ଲିକ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ସରିବ। ମାର୍ଚ୍ଚ ୧୯ରୁ ପାଖାପାଖି ୧୩ ଦିନ ଧରି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ମୂଲ୍ୟାଙ୍କନ ହେବ। ପରୀକ୍ଷା ଖାତା ମୂଲ୍ୟାଙ୍କନ ସରିବା ପରେ ଦଶମ ରେଜଲ୍ଟ ପ୍ରକାଶ ହେବ। ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ପିଲା ମାଟ୍ରିକ ବୋର୍ଡ ପରୀକ୍ଷା ଦେଉଛନ୍ତି। ରାଜ୍ୟର ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲିଛି।

ସୁରୁଖୁରରେ ପରୀକ୍ଷା ଶେଷ କରିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ରରେ କ୍ୟୁଆର କୋଡର ବ୍ୟବସ୍ଥା କରାଯାଇଛି। ସେହିପରି ପରୀକ୍ଷାର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଅତିରିକ୍ତ ଏସପି ଓ ଜଣେ ଜଣେ ଡ଼ିଏସପିଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଥିଲା।

Comments are closed.