Latest Odisha News

BREAKING NEWS

ଗାୟିକା ‌ଶ୍ରେୟା ଘୋଷାଲଙ୍କ ଘରକୁ ଆସିଲା ନୂଆ ଅତିଥି

ନୂଆଦିଲ୍ଲୀ: ମା’ ହେଲେ ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ। ସେ ଶନିବାର ଏକ ପୂତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଶିଶୁ ପୂତ୍ରକୁ ସ୍ବାଗତ କରି ସେ ଏବଂ ପତି ଶିଲାଦିତ୍ୟ ‘ଅତ୍ୟନ୍ତ ଆନନ୍ଦିତ’ ବୋଲି ସେ ଉଲ୍ଲେଖ କରିଛନ୍ତି।

ଇନଷ୍ଟାଗ୍ରାମରେ ଶ୍ରେୟା ଏହି ଖୁସି ଖବର ପ୍ରଶଂସକଙ୍କୁ ଦେବା ସହିତ ଲେଖିଛନ୍ତି ଯେ, “ଭଗବାନ ଆଜି ଏକ ଶିଶୁପୁତ୍ର ସହିତ ଆମକୁ ଆଶୀର୍ବାଦ ଦେଇଛନ୍ତି। ଏହା ଏକ ଭାବନା ଯାହା ପୂର୍ବରୁ କେବେ ଅନୁଭବ ହୋଇନଥିଲା, ମୁଁ ଏବଂ ଆମ ପରିବାର ସହିତ ସମ୍ପୂର୍ଣ୍ଣ ଆନନ୍ଦିତ। ଆମର ଏହି ଛୋଟ ଖୁସି ପାଇଁ ଆପଣମାନଙ୍କ ଅଗଣିତ ଆଶୀର୍ବାଦ ପାଇଁ ଧନ୍ୟବାଦ। ”

Leave A Reply

Your email address will not be published.