Latest Odisha News

BREAKING NEWS

ଜାତୀୟ ସ୍ତରରେ ପୁରସ୍କୃତ ହେଲା କଟକର ଦହିବାର ଆଳୁଦମ

ଭୁବନେଶ୍ୱର: ନିକଟରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ୧୧ ତମ ଜାତୀୟ ଷ୍ଟ୍ରିଟ୍ ଫୁଡ଼ ଫେଷ୍ଟିଭାଲରେ ସଭିଙ୍କ ମନ କିଣି ନେଇଛି କଟକର ଦହିବରା ଆଳୁଦମ ।

ଦୀର୍ଘ ୩୦ ବର୍ଷ ହେବ କଟକର ସେଲଟର ଛକ ଥରେ ଦହିବରା ଆଲୁଦମ ବିକ୍ରି କରୁଥିବା ପ୍ରଦୀପ୍ତ କୁମାର ସାହୁ ଓରଫ ବାବୁଲା ଜାତୀୟ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କାର ହାତେଇଛନ୍ତି ।

“ପୁରସ୍କାର ମିଳିବା ଠାରୁ ଅଧିକ ଖୁସି ଲାଗୁଛି ଯେ ଓଡିଶାକୁ ନମ୍ବର ୧ ଘୋଷିତ କରାଗଲା” ବୋଲି ବାବୁଲା କହିଛନ୍ତି ।

୧୪ ବର୍ଷ ବୟସରୁ ରାସ୍ତାକଡ଼ରେ ଦହିବାର ବିକ୍ରି ଆରମ୍ଭ କରିଥିବା ବାବୁଲା ଏବେ ଦିନକୁ ପାଖାପାଖି ୮ ହଜାର ଟଙ୍କା ରୋଜଗାର କରୁଛନ୍ତି ।

୨୫ ଡିସେମ୍ବରରୁ ୨୯ ଡିସେମ୍ବର ମଧ୍ୟରେ ଦିଲ୍ଲୀର ଜବାହରଲାଲ ନେହୁରୁ ଷ୍ଟାଡିୟମଠାରେ ଆୟୋଜିତ ୧୧ତମ ଜାତୀୟ ଷ୍ଟ୍ରିଟ ଫୁଡ ଫେଷ୍ଟିଭାଲରେ ଭାଗ ନେଇଥିଲେ ପ୍ରଦୀପ୍ତ । ସାରା ଦେଶରୁ ୨୯ ଜଣ ପ୍ରତିଯୋଗୀ ପ୍ରାୟ ୨୫୦ଟି ଷ୍ଟଲ ଲଗାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ୧ ନମ୍ବର ହୋଇଥିଲା ପ୍ରଦୀପ୍ତଙ୍କ ହାତ ତିଆରି ସ୍ୱାଦିଷ୍ଟ ଦହିବରା ଆଳୁଦମ । ଆଉ ଶେଷରେ ଜୁରି ମେମ୍ବରଙ୍କ ମନ ଜିଣିଥିବା କଟକର ଦହିବରାକୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.