Latest Odisha News

BREAKING NEWS

ମତେ ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହ କିଏ: ନିର୍ଭୟାଙ୍କ ମାଆ

ନୂଆଦିଲ୍ଳୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ଉପରେ ବର୍ଷିଲେ ନିର୍ଭୟାଙ୍କ ମା ଆଶା ଦେବୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ କ୍ଷମା କରିବାକୁ ଉପଦେଶ ଦେଇଥିଲେ ଆଇନଜୀବୀ ଇନ୍ଦିରା ।

ଏହାକୁ ନେଇ ନିର୍ଭର‌୍ୟାଙ୍କ ମା’ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୋତେ ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହ କିଏ? ସମଗ୍ର ଦେଶ ଦୋଷୀଙ୍କ ଫାଶୀ ଚାହୁଁଛି । ଏମାନଙ୍କ ଭଳି ଲୋକଙ୍କ ପାଇଁ ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ମିଳୁନାହିଁ । । ଭମଗବାନ ଆସି କହିଲେ ବି ମୁଁ କେବେ ଦୋଷୀଙ୍କୁ କ୍ଷମା କରିବିନି ବୋଲି ନିର୍ଭୟାଙ୍କ ମା’ ଅଶାଦେବୀ କହିଛନ୍ତି ।

ଜାନୁଆରୀ ୨୨ ବଦଳରେ ଫେବୃଆରୀ ୧ ତାରିଖରେ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଳି ଶୁକ୍ରବାର ଦିଲ୍ଳୀ ଅଦାଲତ ସ୍ଥିର କରିଥିଲେ । ଏହାପରେ ନିର୍ଭୟାଙ୍କ ମାଆ ତାଙ୍କ ପ୍ରତି ବିଶ୍ୱାସଘାତକ ହୋଇଛି ବୋଲି କହିଥିଲେ । ଏହାକୁ ନେଇ ଶୁକ୍ରବାର ରାତିରେ ବିରଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ, ଅଶା ଦେବୀଙ୍କୁ ଅନୁରୋଧ କରି ଟ୍ୱିଟ୍ କରିଥିଲେ । ସେ ସୋନିଆ ଗାନ୍ଧୀଙ୍କ ଉଦାହରଣ ଦେଇ କହିଥିଲେ ଯେ, ସେ ତାଙ୍କ ସ୍ୱାମୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ କ୍ଷମା କରିଦେଇଥିଲେ । ସେହିପରି ନିର୍ଭୟାଙ୍କ ମାଆଙ୍କୁ କ୍ଷମା କରିଦେବା ଉଚିତ । ଆମେ ଆପଣଙ୍କୁ ସମର୍ଥନ କରୁଛୁ କିନ୍ତୁ ମୃତ୍ୟୁଦଣ୍ଡକୁ ବିରୋଧ କରୁଛୁ ବୋଲି ସେ କହିଥିଲେ ।

ଏହାକୁ ନେଇ ନିର୍ଭୟାଙ୍କ ମା’ କହିଛନ୍ତି ଯେ, କିଛି ବର୍ଷ ହେବ ସୁପ୍ରିମକୋର୍ଟରେ ଇନ୍ଦିରାଙ୍କ ସହ ତାଙ୍କର ବହୁଥର ଦେଖାସାକ୍ଷାତ ହୋଇଛି । ସେ ଥରେ ବି ତାଙ୍କର ଭଲମନ୍ଦ ପଚାରି ନାହାନ୍ତି । ଆଜି ସେ କିପରି ଅଭିଯୁକ୍ତଙ୍କୁ କ୍ଷମା କରିବା କଥା କହୁଛନ୍ତି । ଏଭଳି ଲୋକଙ୍କ ଯୋଗୁଁ ଦୁଷ୍କର୍ମ ଥମୁନି ।

Leave A Reply

Your email address will not be published.