କଟକ: ବହୁଚର୍ଚ୍ଚିତ ବେଆଇନ୍ ଭୃଣ ନିରୁପଣ ମାମଲା । ପୋଲିସ ରାଡାରକୁ ଆସିଥିଲା କଟକ କାଠଗୋଲା ଅଂଚଳର ଆଲଫା ହେଲଥ୍ କେୟାର୍ ଲ୍ୟାବ୍ । ପୂର୍ବରୁ ଏହି ମାମଲାରେ ୪ଜଣ ଗିରଫ ହୋଇଥିଲାବେଳେ ଆଜି ଅନ୍ୟ ଜଣେ ଅଭିଯୁକ୍ତକୁ ମଙ୍ଗଳବାଗ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଯାଜପୁର ବାସିନ୍ଦା ମାନସ ରଞ୍ଜନ ପଣ୍ଡା । ଅଭିଯୁକ୍ତ ମାନସ ଆଲଫା ହେଲ୍ଥ୍ କେୟାର ଲାବକୁ ଅଲଟ୍ରା ସାଉଣ୍ଡ ମେସିନ୍ ଯୋଗାଇଥିବା ଜଣାପଡିଛି । କଟକରୁ ରାଞ୍ଚି ଯାଏଁ ଏହି ମାମଲାର ଲିଙ୍କ୍ ରହିଛି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।
ପୋଲିସ ଜେରାରେ ଜଣାପଡିଛି ଅଭିଯୁକ୍ତ ମାନସ ଦୀର୍ଘ୧୦ ବର୍ଷ ଧରି କଟକରେ ବିଭିନ୍ନ ବେଆଇନ୍ ସ୍ୱାସ୍ଥ୍ୟ ପରୀକ୍ଷଣରେ ସଂପୃକ୍ତ ରହିଥିଲା । ଏପରିକି ବେଆଇନ ଭୃଣ ନିରୁପଣ ମାମଲାରେ କୌଣସି ଡାକ୍ତର ସଂପୃକ୍ତ ନଥିବା ଅଭିଯୁକ୍ତ ମାନସ ବୟାନ ଦେଇଛି । ଏପରି ସ୍ଥିତିରେ ଏହି ଆଲଫା ହେଲଥ୍ କେୟାର୍ ଲ୍ୟାବକୁ ନେଇ ଅସରନ୍ତି ପ୍ରଶ୍ନ ଉଙ୍କି ମାରିଛି । ଲାବରେ ଜଣେ ଡାକ୍ତରଙ୍କ ସାଇନ୍ ବୋର୍ଡ ଥିବାବେଳେ ସଂପୃକ୍ତ ଡାକ୍ତରଙ୍କର ଖୋଜ ଖବର ନାହିଁ । ଏପରିକି ଏହି ବୋର୍ଡରେ ଲେଖାଥିବା ଡାକ୍ତରଙ୍କ ନାଁ ଅସଲି କି ନକଲି, ତାହା ଏ ପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କରିନାହିଁ । ଏହି ସମସ୍ତ ପ୍ରଶ୍ନ ଓ ପୋଲିସର ତଦନ୍ତ ମଧ୍ୟରେ ଅନେକ ତଫାତ ରହିଛି । ଏହି ଲାବରେ ଦୀର୍ଘ ୨ ବର୍ଷ ଧରି ବେଆଇନ୍ ପରୀକ୍ଷଣ ଚାଲିଥିଲାବେଳେ ପୋଲିସ କିପରି ଜାଣିପାରିନଥିଲା, ସେ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି ।
Comments are closed.