ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଟିମ ମଧ୍ୟରେ ଅନିଚ୍ଛା ସତ୍ୱେ ଧସେଇ ପସିଛି କରୋନା । ପ୍ରଥମ ଦିବସରେ ଘାନାଙ୍କୁ ୫-୦ରେ ହରାଇ ଜବରଦସ୍ତ ଫର୍ମରେ ଥିବା ଟିମ ଇଣ୍ଡିଆର ମହିଳା ଖେଳାଳି ନଭକୋତ କୌରଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ୨୭ ବର୍ଷୀୟା ଏହି ମିଡ ଫିଲ୍ଡର ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ତାଙ୍କ ସ୍ଥାନରେ ସୋନିକା ଟାଣ୍ଡି ଦଳ ସହିତ ଯୋଗ ଦେବେ । ନଭଜୋତ ଆଇସୋଲେଶନ ରହିବେ । ଦ୍ୱିତୀୟ ଟେଷ୍ଟ କରାଯିବା ପରେ ତାଙ୍କୁ ଆବଶ୍ୟକ ପରାମର୍ଶ ଦିଆଯିବ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ଜାକର୍ତା ଏସିଆନ ଗେମ୍ସ ରୌପ୍ୟ ପଦକ ବିଜେତା ଏବଂ ଇନଚେନ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଏହି ଅବସରରେ ଭାରତୀୟ ଅଲିମ୍ପିକ ଆସୋସିଏଶନ ଖେଳାଳିମାନଙ୍କୁ ଗେମ୍ସ ଭିଲେଜରେ ସତର୍କତା ସହ ଚଳିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଦିନ ଗେମ୍ସ ଭିଲେଜରୁ ୧୨ ପାଖାପାଖି ପଜିଟିଭ କେସ ବାହାରୁଛି ବୋଲି ଆୟୋଜକ ପକ୍ଷରୁ କୁହାଯାଇଛି ।
BREAKING NEWS
- ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଗଡିଥିବା ବିପିଟିଏସଏଲର ୩୦ଟି ପୁରୁଣା ବସ୍ ସ୍କ୍ରାପିଂ କରାଯିବ
- Assassination of Donald Trump: “ଏଥର ଗୁଳି ସିଧା ଲକ୍ଷ୍ୟରେ…”, ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଲା ଇରାନ
- ଇଡି ଚଢଉକୁ ନେଇ ଟିଏମସି ଆବେଦନ ହାଇକୋର୍ଟରେ ଖାରଜ
- ହଠାତ୍ ଆକାଶ ମାର୍ଗ ବନ୍ଦ କରିଦେଲା ଇରାନ, ଆକାଶରେ ଉଡୁଥିଲା ଇଣ୍ଡିଗୋ ବିମାନ, ଆସୁଥିଲା ଦିଲ୍ଲୀ… ଜାଣନ୍ତୁ ତା ପରେ କ’ଣ ହେଲା…
- ଯଦି ବିମାନ କମ୍ପାନୀଗୁଡ଼ିକର ବିକଳ୍ପ ଅଛି, ତେବେ ରେଳବାଇ କାହିଁକି ନୁହେଁ? ଝଟକା ବନାମ ହଲାଲ ପ୍ରସଙ୍ଗକୁ ବିଚାରକୁ ନେଲା ଏନଏଚଆରସି
- Iran Protest: ଇରାନରେ ଅଶାନ୍ତି ନେଇ ଚିନ୍ତିତ ଭାରତୀୟ ଅଭିଭାବକ, କାଶ୍ମୀର ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ମୋଦି ସରକାରଙ୍କୁ କଲେ ଆବେଦନ…
- NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲ ନିଯୁକ୍ତ
- US Suspended Visa: ରୁଷ ଏବଂ ଇରାନ ସମେତ ଏହି ୭୫ ଟି ଦେଶର ଲୋକ ଯାଇପାରିବେନି ଆମେରିକା, ଭିସା ଉପରେ ଲାଗିଲା ରୋକ୍…
- Odisha Highcourt: ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ ‘ଜବରଦସ୍ତି’ କୁହାଯିବ ନାହିଁ: ହାଇକୋର୍ଟ
- US-Denmark-Greenland Dispute: ଗ୍ରୀନଲ୍ୟାଣ୍ଡକୁ ନେଇ ବିବାଦୀୟ ବିବୃତ୍ତି ଜାରି କଲେ ଟ୍ରମ୍ପ
Comments are closed.