Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନୂଆ ରୂପ ପାଇବ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀ

ପୁରୀ: ଶ୍ରୀକ୍ଷେତ୍ର ପଞ୍ଚତୀର୍ଥ ପୁଷ୍କରିଣୀର ହେବ ପୁନରୁଦ୍ଧାର । ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ଓ ମାର୍କଣ୍ଡ ପୁଷ୍କରିଣୀ ନେବ ନୂଆ ରୂପ । ଏଥିପାଇଁ ଅଭଡ଼ା ଯୋଜନାରେ ୬୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଝଲସିବ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀର ପବିତ୍ର ଜଳରାଶି । ଇତିହାସ ବଖାଣିବ ପୁଷ୍କରିଣୀର ପ୍ରାଚୀର । ଆଲୋକମାଳାରେ ଉଦଭାସିତ ହେବ ପୁଷ୍କରିଣୀ ଚାରିପାଖ । ପ୍ରତିଟି ପୁଷ୍କରିଣୀର ଐତିହ ପୃଷ୍ଠଭୂମି ପାଚେରିରେ ପ୍ରତିଫଳିତ ହେବ । ପ୍ରତିବର୍ଷ ୨୧ ଦିନ ବ୍ୟାପୀ ନୌକା ବିହାର କରୁଥିବା ମହାପ୍ରଭୁଙ୍କ ନରେନ୍ଦ୍ର ପୁଷ୍କରିଣୀକୁ ନେଇ ଯେଉଁ ସତ କାହାଣୀ ରହିଛି ସେସବୁକୁ ଖଣ୍ଡାଲାଇଟ୍ ପଥରରେ ଚିତ୍ରଣ କରି ପାଚେରିରେ ଖଞ୍ଜାଯିବ ।

ସମସ୍ତ ତୀର୍ଥ ପୁଷ୍କରିଣୀର ଜଳରାଶି ବିଶୋଧନ କରି ପାନୀୟ ଉପଯୋଗୀ କରାଯିବ । ତୀର୍ଥ ପୁଷ୍କରିଣୀରେ ପାଦ ବୁଡ଼ାଉଥିବା ପର୍ଯ୍ୟଟକଙ୍କ ଉଦେଶ୍ୟରେ କଳଙ୍କି ନିରୋଧ ଷ୍ଟିଲ ରେଲିଂ ଖଞ୍ଜାଯିବ । ଭାଙ୍ଗି ଯାଇଥିବା ପାହାଚକୁ ଉଠାଯାଇ ନୂତନ ପଥର ସଂଯୋଗ କରାଯିବ । ପ୍ରବେଶ ପଥ ଓ ପୁଷ୍କରିଣୀ ଚାରିପଟକୁ ଫୁଲ ଗଛରେ ସଜ୍ଜିତ କରାଯିବ । ଏହା ସହ ଭକ୍ତଙ୍କ ସୁବିଧା ପାଇଁ ଶୌଚାଳୟ ଓ ପୋଷାକ ବଦଳ କକ୍ଷ ନିର୍ମାଣ କରାଯିବ । ଓଡ଼ିଶା ସେତୁ ନିର୍ମାଣ ନିଗମ ଜରିଆରେ  ଆଚାର୍ଯ୍ୟ ବ୍ରଦର୍ସ କଣ୍ଟ୍ରକ୍ସନ ଲିମିଟେଡ୍ ପୁନରୁଦ୍ଧାର କାମ ଆରମ୍ଭ କରିଥିବା ବେଳେ ଦେଢ଼ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ପଞ୍ଚତୀର୍ଥ ପୁଷ୍କରିଣୀର ନବକଳେବର ଯୋଜନାକୁ ସ୍ୱାଗତ କରିଛନ୍ତି ଲୋକେ । ପୁନରୁଦ୍ଧାରରେ ପୁରୀର ବିଭିନ୍ନ ଲୋକ ସଂସ୍କୃତି ପୁଷ୍କରିଣୀ ପାଚେରୀ କାନ୍ଥରେ ଚିତ୍ରଣ ହେବ । ଯାହା ଶ୍ରୀକ୍ଷେତ୍ରର ଶ୍ରୀ ବୃଦ୍ଧି କରିବା ସହ ଲୋକଙ୍କୁ ଐତିହ୍ୟ ଅବଗତ କରାଇବ ।

Leave A Reply

Your email address will not be published.