ରାଉରକେଲା: ପୋଲିସ ହାତରେ ବଡ଼ ସାଇବର ଠକେଇ ଗ୍ୟାଙ୍ଗ୍ । ଓଡ଼ିଶା-ଛତିଶଗଡ଼ରୁ ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କଲା ପୋଲିସ । ତାଙ୍କଠାରୁ ୩୧ଟି ମୋବାଇଲ, ୫ଟି ଲାପଟପ୍, ୭୮ଟି ବ୍ୟାଙ୍କ ATM କାର୍ଡ ଜବତ କରାଯାଇଛି । ଏଥିସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୪୧ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି ।
ସୂଚନା ଅନୁସାରେ, ଓଡ଼ିଶା-ଛତିଶଗଡ଼ରୁ ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ଦେଶ ଓ ଦେଶ ବାହାରେ ମଧ୍ୟ ଏମାନେ ସାଇବର ଠକେଇ କରୁଥିଲେ । ରାଉରକେଲାରେ ୨ଟି ଅଫିସ କରି ଲୋକଙ୍କୁ ଲଗାଉଥିଲେ ଚୂନ । ତେବେ ୟୁଏଇରେ ଏହି ସାଇବର ଠକେଇର ମାଷ୍ଟରମାଇଣ୍ଡ୍ ଥିବା ନେଇ ସୂଚନା ମିଳିଛି । ସେମାନଙ୍କ ନିକଟରୁ ୩୧ ମୋବାଇଲ୍, ୫ ଲାପ୍ଟପ୍, ୭୮ ବ୍ୟାଙ୍କ ଏଟିଏମ କାର୍ଡ, ପାସ୍ବୁକ୍, ସିମ୍ କାର୍ଡ, ପେନ୍ ଡ୍ରାଇଭ୍, ୨ଟି ଗାଡି ଜବତ ହୋଇଛି । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୪୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ସ୍ଥାନରେ ପ୍ରାୟ ୨୭ଟି ମାମଲା ରହିଛି । ଏନେଇ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ପକ୍ଷରୁ ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
Comments are closed.