Latest Odisha News

BREAKING NEWS

ମାତିଲେ ସାଇବର୍ ଠକ, ୧୦ ଦେଇ ଲୁଟିନେଲେ ୧୩ଲକ୍ଷ

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ସାଇବର୍ ଠକ । ଲୁଟ କରିବାର ନିଆରା ଶୈଳୀ । ମୋବାଇଲ ନମ୍ବର ପୋଟାଲ୍ କରିବା ନାଁରେ ୧୦ ଦେଇ ଲୁଟିନେଲେ ୧୩ ଲକ୍ଷ ଟଙ୍କା । ଭୁବନେଶ୍ୱର ଶୈଳଶ୍ରୀବିହାର ଅଂଚଳରେ ବଡ଼ ଧରଣର ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି

୧୦ଟଙ୍କା ଦେଇ ସାଇବର ଠକ ଲୁଟିନେଇଛନ୍ତି ୧୩ ଲକ୍ଷ ଟଙ୍କା । ଠକେଇର ଶିକାର ହେବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଶୈଳଶ୍ରୀବିହାର ଅଞ୍ଚଳର ସଦାଶିବ ମହାନ୍ତି ।

ସଦାଶିବ ହେଉଛନ୍ତି TCIର ପୂର୍ବତନ ଅଧିକାରୀ । ସେ ମୋବାଇଲ ନମ୍ବର ପୋଟାଲ କରିବାକୁ ଆବେଦନ କରିଥିଲେ । ସାଇବର ଠକ OTP ପଠାଇ ଲିଙ୍କରେ କ୍ଲିକ କରିବାକୁ କହିଥିଲେ । ପରେ ଲିଙ୍କ କ୍ଲିକ କରିବା ପରେ ପରେ ଖାଲି ହୋଇଯାଇଥିଲା ଆକାଉଣ୍ଟ ।

ଅଭିଯୋଗ ପରେ ତଦନ୍ତ ଜାରି ରଖିଛି ପୋଲିସ । ଏହି ଠକେଇ ପଛରେ କେଉଁ ମାନଙ୍କ ହାତ ରହିଛି  । ଏନେଇ ଅଧିକ ଖୋଳତାଡ କରୁଛି ପୁଲିସ୍ ।

Comments are closed, but trackbacks and pingbacks are open.