Latest Odisha News

BREAKING NEWS

ମର୍ମନ୍ତୁଦ ଦୁର୍ଘଟଣା, ବାଇକ-ଟ୍ରକ ଧକ୍କାରେ ୨ ଯୁବକ ମୃତ

ଭଦ୍ରକ: ବାଇକକୁ ଧକ୍କା ଦେଲା ଟ୍ରକ । ଭଦ୍ରକ-ଚାନ୍ଦବାଲି ରାସ୍ତା ଇଚ୍ଛାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ତିହିଡ଼ି ଥାନା ବୋଡ଼କ ଗାଁର ଦୁଇ ଯୁବକ ।

ସୂଚନା ଅନୁସାରେ, ଦୁଇ ଯୁବକ ଏକ ବାଇକ ଯୋଗେ ଘରକୁ ଯାଉଥିଲେ । ଭଦ୍ରକ-ଚାନ୍ଦବାଲି ରାସ୍ତାର ଇଚ୍ଛାପୁର ବାରିକ ଛକଠାରେ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏହାସହ ଅଧିକ ତଦନ୍ତ ଚଳାଇଛି ।

ଭଦ୍ରକ ଚାନ୍ଦବାଲି ରାସ୍ତାକୁ ଲୋକମାନେ ଅବରୋଧ କରିଛନ୍ତି । ଫଳରେ ଦୁଇ ପାଶ୍ୱର୍ରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି ।

Comments are closed, but trackbacks and pingbacks are open.