Latest Odisha News

BREAKING NEWS

Cyber Fraud: ୬.୨୭ କୋଟିର ସାଇବର ଫ୍ରଡ୍ ମାମଲା ; ୧୬ ବ୍ୟାଙ୍କ ଜମା ଖାତା ଜବତ,୫ ଗିରଫ

କନ୍ଧମାଳ:ସାଇବର ପୁଲିସ ଏକ ବଡ ଧରଣର ସାଇବର ଠକାମୀର ପର୍ଦ୍ଦାଫାସ କରିଛି। ୧୬ ବ୍ୟାଙ୍କ ଜମା ଖାତା ଜବତ ସହ ଘଟଣାର ମାଷ୍ଟରମାଇଣ୍ଡ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହ ୫ ଜଣଙ୍କୁ ଗିରଫ କରିଛି କନ୍ଧମାଳ ଜିଲ୍ଲା ସାଇବର ପୁଲିସ । ୬.୨୭ କୋଟିର ସାଇବର ଫ୍ରଡ୍ ମାମଲା କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଥିବା ଅତିରିକ୍ତ ଏସ୍ପି ରମେନ୍ଦ୍ର ପ୍ରସାଦ ଶୁକ୍ରବାର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଖବରମୁତାବକ, ଜିଲ୍ଲା ସାଇବର ସେଲକୁ ଜିଲ୍ଲାରେ ଥିବା ଏକାଧିକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସାଇବର ଠକେଇ ହେଉଥିବା ନେଇ ସୂଚନା ଦିଆ ଯାଇଥିଲା। ତଦନ୍ତ ବେଳେ ୧୬ ଟି ଆକାଉଣ୍ଟ ରହିଥିବା ଏବଂ ଏ ସମସ୍ତ ଗରିବ ଶ୍ରେଣୀ ଲୋକଙ୍କ ନାମରେ ଥିବା ଜଣା ପଡିଥିଲା। ସେମାନଙ୍କୁ ପଚରା ଉଚରା କରିବାରୁ ଆକାଉଣ୍ଟ ଖୋଲିଥିବା କିଛି ଯୁକବଙ୍କ ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା। ଆକାଉଣ୍ଟର ଦେଣନେଣ ଏବଂ ଫୋନ କଲକୁ ଆଧାର କରି ପୁଲିସ ଭୁବନେଶ୍ୱରର ସୂର୍ଯ୍ୟୋଦୟ ବ୍ୟାଙ୍କରେ କାମ କରୁଥିବା ମାଷ୍ଟରମାଇଣ୍ଡ ତୁଷାରକାନ୍ତି ଦାସଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା। ଏହି ଘଟଣାରେ ଆଉ ୪ ଜଣଙ୍କ ସମ୍ପୃକ୍ତି ଥିବା ଜଣା ପଡିବା ପରେ ସେମାନଙ୍କୁ ଗିରଫ କରାଯାଇଛି ।

ଗିରଫ ବ୍ୟକ୍ତିମାନେ ହେଲେ ଫୁଲବାଣୀର ଅବିନାଶ ମହାପାତ୍ର, କିରଣ କୁମାର ବେହେରା, ଗୋପାଳ ସିଂ ଓ ବାଦଲ କୁମାର ସ୍ୱାଇଁ ।

ପୋଲିସ ସୂଚନାମୁତାବକ, ଫୁଲବାଣୀରେ ୧୬ଟି ଅକାଉଣ୍ଟରେ ୬ କୋଟି ୨୭ ଲକ୍ଷ ଟଙ୍କା କାରବାର ହୋଇଥିବା ଜଣା ପଡିଥିଲା। ଏଥି ମଧ୍ୟରେ ୧୫ଟି ସେଭିଙ୍ଗସ ଓ ଗୋଟିଏ କର୍ପୋରେଟ ଆକାଉଣ୍ଟ ରହିଛି। ଏହି ଠକାମୀର ଚେର ଦେଶ ତଥା ଦେଶ ବାହାର ପର୍ଯ୍ୟନ୍ତ ଲମ୍ବିଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଚୀନକୁ ମଧ୍ୟ ଟଙ୍କା ଯାଇଥିବା କହିଛନ୍ତି ଅତିରିକ୍ତ ଏସପି।

Leave A Reply

Your email address will not be published.