Latest Odisha News

BREAKING NEWS

୬୦୦ ରୁ ୮୦୦ ଟଙ୍କାରେ ମିଳୁଛି ସାଇବର ବୀମା, ଆସନ୍ତୁ ଜାଣିବା ଏହାର ଫାଇଦା

ଦେଶ ଯେଉଁ ଗତିରେ ଡିଜିଟାଲିକରଣ ହେଉଛି ସେହି ଗତିରେ ଦେଶରେ ସାଇବର ଅପରାଧ ବଢି ବଢି ଚାଲିଛି | କିଛି ବର୍ଷ ପୂର୍ବରୁ ଯେଉଁଭଳି ଭାବେ ସାଧାରଣ ଜନତା ସହ କର୍ପୋରେଟ ସେକ୍ଟର ମଧ୍ୟ ଏହି ଠକେଇର ଶିକାର ହୋଇଛନ୍ତି | ନିଜର କଷ୍ଟ ଉପାର୍ଜିତ ଧନର ସୁରକ୍ଷା କରିବା ଗୋଟେ ବଡ଼ ଚ୍ୟାଲେଞ୍ଜ ହେଲାଣି | ଆମମଧ୍ୟରୁ ଅନେକ ନିଜର ବ୍ୟକ୍ତିଗତ ମୋବାଇଲ ବା କମ୍ୟୁଟର ସହିତ ଅଫିସ କମ୍ପ୍ୟୁଟର ଓ ସର୍ବସାଧାରଣ ୱାଇଫାଇ ମାଧ୍ୟମରେ ଆମର ବିତ୍ତୀୟ ନେଣଦେଣ କରୁଛୁ | ଏହି କାରବାର ମଧ୍ୟରେ ଆମ ଅଜାଣତରେ ଅନେକ ବ୍ୟକ୍ତିଗତ ଗୁପ୍ତତଥ୍ୟ ବିଭିନ୍ନ ମାଧ୍ୟମରେ ହ୍ୟାକରଙ୍କ ପାଖକୁ ଚାଲିଯାଏ | ସାଇବର ସୁରକ୍ଷା ଥିଲେ ମଧ୍ୟ କ୍ୟାକରମାନେ ବିଭିନ୍ନ ପ୍ରକାର ନୂଆ ନୂଆ କୌଶଳ ରେ ଏହି ସାଇବର ଅପରାଧ ଘଟାଉଛନ୍ତି | ଯାହା ଦ୍ୱାରା ଛୋଟବଡ଼ କମ୍ପାନୀ ସହ ସାଧାରଣ ନାଗରିକ ମଧ୍ୟ ଏହି ଶିକାର ହେଉଛନ୍ତି | ଏହାକୁ ଦେଖି ଛୋଟବଡ଼ କମ୍ପାନୀ ସହ ସାଧାରଣ ନାଗରିକ ଏହି ବୀମାର ଫାଇଦା ଉଠାଇପାରିବେ |

ଏହିସବୁ ଅସୁବିଧାରେ ମିଳିବ ସୁବିଧା:

ସାଇବର ବୀମା ବିଭିନ୍ନ ପ୍ରକାରର ସାଇବର ଅସୁବିଧା ରୁ ସୁରକ୍ଷା ଦେବ | ଏଥିରେ ବ୍ୟକ୍ତିଗତ ତଥ୍ୟ ଚୋରି, ସୋସିଆଲ ମିଡ଼ିଆ ଲିଆବିଲିଟି, ସାଇବର ଷ୍ଟକିଙ୍ଗ, ମାଲୱାର ଅଟ୍ଟାକ, ଆଇଟି ଚୋରୀ ରୁ କ୍ଷତି ଓ ସାଇବର ଏକ୍ସଟେନସନ ଆଦି ସାମିଲ ଅଛି |

ଏହା ଇମେଲ ସ୍ପୁଫିଙ୍ଗ ଓ ଫିସିଙ୍ଗ ରୁ ହେଉଥିବା କ୍ଷତିରୁ କଭର ଦିଏ | କିଛି କମ୍ପାନୀଙ୍କର କହିବା କଥା ଯେ ଏହି ସାଇବର ବୀମା ମହଙ୍ଗା ହୋଇପାରେ , ହେଲବ ଏହାର ପ୍ରିମୀୟମ ଦର ବହୁତ ପ୍ରତିଦ୍ବନ୍ଦୀପୂର୍ଣ ହେବ | ଆପଣଙ୍କୁ ଏକ ବର୍ଷ ପାଇଁ ସାଇବର ବୀମା ନେବା ପାଇଁ ବର୍ଷକୁ ୬୦୦-୮୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡେ |

୧.୪୨ ଲକ୍ଷ କୋଟି ଟଙ୍କାର ହେବ ସାଇବର ବୀମା ବଜାର :

ବିଶ୍ୱସ୍ତରୀୟ ସାଇବର ବୀମାର ବଜାର ଦ୍ରୁତଗତିରେ ବଢୁଛି | ୨୦୨୫ ପର୍ଯ୍ୟନ୍ତ ଏହା ୨୦ ଆରବ ଡଲାର (ପାଖାପାଖି ୧.୪୨ ଲକ୍ଷ କୋଟି ଟଙ୍କା) ପର୍ଯ୍ୟନ୍ତ ପହଂଚିବା ଅଶକରାଯାଉଛି | ହେଲେ ଭାରତରେ ଏହା ବର୍ତ୍ତମାନ ୫୦୦-୭୦୦ କୋଟି ଟଙ୍କା ହେବ | ଦେଶରେ କିଛି କମ୍ପାନୀ ସାଇବର ବୀମା ଅଫର କରୁଛନ୍ତି | ହେଲେ, ଏମିତି ସାଇବର ଅପରାଧ ମାମଲା ବଢ଼ୁଥିଲେ ମଧ୍ୟ ଭାରତରେ କିଛି ମାତ୍ର ବିତ୍ତୀୟ କମ୍ପାନୀ ଏହି ସାଇବର ବୀମା କରିଛନ୍ତି ତା ଫୁଣି କମ ପ୍ରିମୀୟମ ସହ | ଯେଉଁଥିରେ ସବୁପ୍ରକାରର ସାଇବର ଅପରାଧ କଭର କରୁନାହିଁ , ଯାହା କମ୍ପାନୀ ଙ୍କୁ ଆର୍ଥିକ ଭାବେ କ୍ଷତି ପହଞ୍ଚାଇବ |

ଏହି ସବୁ ରାଜ୍ୟରେ ସବୁଠୁ ଅଧିକ ବିପଦ:

୨୦୧୯ ବର୍ଷ ପାଇଁ କୁଇକ ହୁଇଲ ରିପୋର୍ଟ ଅନୁସାରେ, ଦେଶରେ ସାଇବର ଅପରାଧ କ୍ଷେତ୍ରରେ ମହାରାଷ୍ଟ୍ର, ଦିଲ୍ଲୀ-ଏନସିଆର, ପଶ୍ଚିମବଙ୍ଗ ଓ ଗୁଜୁରାଟ ଅଛି | ଯେଉଁଠି ସାଇବର ଅପରାଧ ବହୁତ ଅଧିକ | ରିପୋର୍ଟ ଅନୁସାରେ, ମହାରାଷ୍ଟ୍ର ଓ ଦିଲ୍ଲୀ – ଏନସିଆର ଉପଭୋକ୍ତା ମାନଙ୍କୁ ସବୁଠୁ ଅଧିକ କ୍ରମଶଃ ୩.୮ କୋଟି ଓ ୨.୫ କୋଟି ଥର ଆକ୍ରମଣ କରାଯାଇଛି |

Leave A Reply

Your email address will not be published.