ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳଙ୍କ ପରେ ଏବେ ବ୍ରହ୍ମପୁର ମହାନଗର ନିଗମ (BeMC)ର କମିଶନର ଜେ.ସୋନାଲ ନାଁରେ ଫେକ୍ ହ୍ୱାଟ୍ସଆପ୍ । ସାଇବର ଠକ ମହାନଗର କମିଶନରଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଖୋଲି ଟଙ୍କା ମାଗୁଛନ୍ତି । ମହାନଗର ନିଗମ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୯୦୬୫୦୩୫୮୦୫ ନାମକ ଏକ ନମ୍ବରରେ ହ୍ୱାଟ୍ସଆପ୍ ଖୋଲା ଯାଇ ସେଥିରେ ପ୍ରୋଫାଇଲ ଫଟୋରେ କମିଶନର ସୋନାଲଙ୍କ ଫଟୋକୁ ବ୍ୟବହାର କରାଯାଇଛି ।
ଆଉ ଉକ୍ତ ନମ୍ବରରୁ ବିଭିନ୍ନ ସରକାରୀ ଅଧିକାରୀ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମେସେଜ୍ ପଠା ଯାଉଛି । ମେସେଜରେ ବିଭିନ୍ନ ପ୍ରକାର ୱେବସାଇଟ୍ ଲିଙ୍କ୍ ପଠାଉଛନ୍ତି ଠକ । କମିଶନର ସୋନାଲଙ୍କ ନାମକୁ ବ୍ୟବହାର କରି ଫାଇଦା ଉଠାଇ ଟଙ୍କା ଆଦାୟ କରିବାକୁ ସାଇବର ଠକମାନେ ଚେଷ୍ଟା କରୁଛନ୍ତି । ଉକ୍ତ ନମ୍ବରରୁ ମେସେଜ୍ ଗଲେ ଉତ୍ତର ନ ଦେବାକୁ ମହାନଗର ନିଗମ ତରଫରୁ ପରାମର୍ଶ ଦିଆଯାଇଛି ।
Comments are closed.