Latest Odisha News

BREAKING NEWS

ବଙ୍ଗୀୟ ଅଭିନେତ୍ରୀଙ୍କୁ ବ୍ଲାକମେଲିଂ, ରାଜଧାନୀରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ଏକ ହୋଟେଲରୁ ବୁଦ୍ଧାଦିତ୍ୟ ଭଟ୍ଟାଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କୁ ବୁଧବାର ରାତିରେ କମିଶନରେଟ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ ଗିରଫ କରିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ସେ ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କ ଘରୁ ୪ ମାସ ପୂର୍ବରୁ ପ୍ରାୟ ଦେଢ ଲକ୍ଷ ଟଙ୍କା, ଗୋଟିଏ ଲାପଟପ୍ ଏବଂ ବିଭିନ୍ନ ମୂଲ୍ୟବାନ ସ୍ୱର୍ଣ୍ଣାଳଙ୍କାର ଚୋରି କରିବା ସହିତ ସେହିଦିନଠାରୁ ଫେରାର ରହିଥିଲେ ।

ଏହି ଅଭିଯୁକ୍ତ ଜଣକ ଅଭିନେତ୍ରୀ ଜଣଙ୍କୁ ଲାପଟପ ଏବଂ ଅନ୍ୟାନ୍ୟ ସାମଗ୍ରୀ ଫେରାଇବାକୁ ଦେବାକୁ ୫ ଲକ୍ଷ ଟଙ୍କା ଦାବି କରୁଥିବାର ଅଭିଯୋଗ ହୋଇଛି ।

ଅଭିଯୁକ୍ତ ଜଣକ ଗିରଫ ହେବାପରେ ତାଙ୍କୁ କୋଲକାତା ପୋଲିସକୁ ହସ୍ତାନ୍ତର କରାଯାଇଛି ଏବଂ ପୋଲିସ କୋର୍ଟରେ ହାଜର କରାଇ ତାଙ୍କୁ ରିମାଣ୍ଡରେ ନେବାକୁ ଚାହୁଁଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.