Latest Odisha News

BREAKING NEWS

ବାତ୍ୟା ‘ଅକୱାନ’: ଭଦ୍ରକରେ ୬,୯୧୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଭଦ୍ରକ: ବାତ୍ୟା ଅକୱାନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟ ଜୋରଦାର କରାଯାଇଛି। ଆଜି ଅପରାହ୍ନ ୪ଟା ସୁଦ୍ଧା ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ସ୍ଥାନାନ୍ତରଣ ପାଇଁ ୬୩,୧୩୪ ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ଏଥିମଧ୍ୟରୁ ୬,୯୧୨ ଲୋକେ ସ୍ଥାନାନ୍ତରିତ ହୋଇଛନ୍ତି। ସେହିପରି ୧୦୬ଟି ପ୍ରସ୍ତୁତ ରହିଛି ସୁରକ୍ଷିତ ଆଶ୍ରୟସ୍ଥଳୀ। ୩୮ଟି ମାଗଣା ରନ୍ଧା ଖାଦ୍ୟ ଚାଲିଛି।

ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ସ୍ଥାନାନ୍ତର ପାଇଁ ଚିହ୍ନଟ ହୋଇଛନ୍ତି ୮୮୪ ଗର୍ଭବତୀ ମହିଳା। ୩୦ ନଭେମ୍ବର ସୁଦ୍ଧା ପ୍ରସବ ସମ୍ଭାବ୍ୟ ତାରିଖ ଥିବା ସ୍ଥାନାନ୍ତରିତ ହେବେ ୯୦ ଜଣ ଗର୍ଭବତୀ ମହିଳା। ଅନ୍ୟପଟେ ୨୮୦ କ୍ୱିଣ୍ଟାଲ ଚୁଡ଼ା, ୩୫ କ୍ୱିଣ୍ଟାଲ ଗୁଡ଼, ୧,୩୨,୩୪୫ କ୍ୱିଣ୍ଟାଲ ଚାଉଳ, ୧,୭୮୨ ପ୍ୟାକେଟ୍ ପଲିଥିନ୍ ରିଲିଫ୍ ସାମଗ୍ରୀ ମହଜୁଦ୍ ରହିଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗକ ୧୦ଟି ଟିମ୍ ନିୟୋଜିତ ହୋଇଛନ୍ତି। ବରିଷ୍ଠ ଅଧିକାରୀ ଓ ଡେପୁଟି / ଆସିଷ୍ଟାଣ୍ଟ କଲେକ୍ଟର ସମସ୍ତ ବ୍ଲକରେ ନିୟୋଜିତ ହୋଇଛନ୍ତି । ଜିଲ୍ଲା କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ଜାରି ରହିଛି । ଆଜି ସକାଳ ୮.୩୦ ରୁ ଅପରାହ୍ନ ୩.୩୦ ସୁଦ୍ଧା ମୋଟ ବର୍ଷା ୮୫ ମି.ମି. ରହିଛି, ହାରାହାରି ୧୨.୧୪ ମି.ମି. ରେକର୍ଡ ହୋଇଛି। ପବନର ବେଗ ସ୍ୱାଭାବିକ ରହିଛି।

ଆସନ୍ତାକାଲି ୨୦ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ୍, ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ – ଗୁଜବକୁ ବିଶ୍ୱାସ ନ କରନ୍ତୁ। ଜରୁରୀ ସହାୟତା ପାଇଁ ଜିଲ୍ଲା କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୮୪-୨୫୧୮୮୧ ରେ ଯୋଗାଯୋଗ କରନ୍ତୁ।

Leave A Reply

Your email address will not be published.