Latest Odisha News

୪ ଆଇଏଏସଙ୍କୁ ୪ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ବାତ୍ୟା ଅମ୍ଫାନର ମୁକାବିଲା ଲାଗି ୪ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ୪ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି  । ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ୱର ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବାବେଳେ ଭଦ୍ରକ ଦାୟିତ୍ୱ ମିଳିଛି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ  ।

ସେହିଭଳି ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଓ ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ରଙ୍କୁ ମିଳିଛି ଜଗତସିଂହପୁର ଜିଲ୍ଲାର ଦାୟିତ୍ୱ  । ଏହି ୪ ଜଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ପରାମର୍ଶରେ ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କରିବେ ବ୍ଲୁ ପ୍ରିଣ୍ଟ  । ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି  ।

Leave A Reply

Your email address will not be published.