Latest Odisha News

BREAKING NEWS

ଗ୍ରୀନ୍‌ରୁ ପୁଣି ରେଡ୍ ହେଲା ଜଗତସିଂହପୁର, ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗ୍ରୀନ୍‌ରୁ ପୁଣି ରେଡ୍ ହେଲା ଜଗତସିଂହପୁର ଜିଲ୍ଲା । କିଛି ସମୟ ପୂର୍ବରୁ କରୋନା ମୁକ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲା ପୁଣି ଥରେ ରେଡ୍‌ଜୋନ୍‌କୁ ଆସିଛି । ଏଠାରୁ ପୁଣି ଥରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନାଉଗାଁରୁ ୧୯ ଓ କୁଜଙ୍ଗରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତ ପଶ୍ଚିମବଙ୍ଗ ଫେରନ୍ତା । ଏମାନେ ସମସ୍ତେ କ୍ୱାରେଂଟିନ ସେଂଟରେ ଥିଲେ । ସ୍ୱାବ ପରୀକ୍ଷା ପରେ ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି । ଏମାନ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଂଚିଛି ।

Leave A Reply

Your email address will not be published.