Latest Odisha News

BREAKING NEWS

ପାଖେଇ ପାଖେଇ ଆସିଲାଣି ‘ଦାନା’: ପ୍ରଭାବରେ ରାଜଧାନୀରେ କାଚୁଛି ବର୍ଷା 

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ହେବା ପୂର୍ବରୁ ନିଜର ପ୍ରଭାବ ଜାହିର କଲାଣି ବାତ୍ୟା ଦାନା। ଯେତେ ପାଖେଇ ପାଖେଇ ଆସୁଛି, ତାହାର ପ୍ରଭାବ ସେତିକି ଅନୁଭୂତ ହୋଇଛି। ସକାଳୁ ରାଜଧାନୀରେ ଏହାର ପ୍ରଭାବରେ ଝିପି ଝିପି ମେଘ ତୁହାକୁ ତୁହା ଲାଗିରହିଥିବା ବେଳେ ଏବେ ବର୍ଷାର ପରିମାଣ ବଢ଼ିଛି। ରାଜଧାନୀ ଭୁବନେଶ୍ବରରେ ପ୍ରବଳ ବର୍ଷା ଅନୁଭୂତ ହେଉଛି।

ସେପଟେ ସ୍ଥଳଭାଗ ପାଖେଇ ପାଖେଇ ଆସିଲାଣି ବାତ୍ୟା ଦାନା। ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ‘ଦାନା’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପାରାଦୀପ ଠାରୁ ପ୍ରାୟ ୧୫୦ କିଲୋମିଟର ଦକ୍ଷିଣ-ପୂର୍ବ, ଧାମରା ଠାରୁ ୧୮୯ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ସାଗର ଦ୍ୱୀପ ଠାରୁ ୨୫୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୧୨୦ କିଲୋମିଟର ବେଗରେ ପବନ ବହିବା ସହ ଆଜି ମଧ୍ୟରାତ୍ରିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରି ଭିତରକନିକା ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ

Comments are closed.