Latest Odisha News

BREAKING NEWS

ବାତ୍ଯା ‘ଦାନା’; ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ୬ ଆଇଏଏସ ନିଯୁକ୍ତ

ଭୁବନେଶ୍ୱର: ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଓଡ଼ିଶା ସରକାର ମଙ୍ଗଳବାର ଦିନ ୬ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ୬ଟି ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ନିଯୁକ୍ତ କରିଛନ୍ତି। ଯେଉଁ ଜିଲ୍ଲାଗୁଡ଼ିକ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆଇଏଏସ୍ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ, ତ୍ରିଲୋଚନ ମାଝୀ, ବଲୱନ୍ତ ସିଂ, ଭିନିତ ଭରଦ୍ୱାଜ, ଯାମିନୀ ଷଡଙ୍ଗୀ ଏବଂ ସମର୍ଥ ବର୍ମାଙ୍କୁ ଯଥାକ୍ରମେ ବାଲେଶ୍ବର, ଭଦ୍ରକ, ପୁରୀ, ମୟୂରଭଞ୍ଜ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲା ରହିଛି।

ଅକ୍ଟୋବର ୨୩ ସକାଳ ସୁଦ୍ଧା ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ଜିଲ୍ଲାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.