Latest Odisha News

BREAKING NEWS

୧୨ ତାରିଖ ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆସନ୍ତା ମେ ୧୨ ତାରିଖ ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ରେଳବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହ ସମୀକ୍ଷା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଘଡିସନ୍ଧି ମୂହର୍ତ୍ତରେ ରେଳବିଭାଗର କ୍ରାଇସିସ୍ ମ୍ୟାନେଜମେଣ୍ଟର ସ୍ୱଭାବ ଅଛି ଭଲ କାମ କରିବାର । ରାଜ୍ୟ ସରକାରଙ୍କ ସହ ରେଳ ବିଭାଗ କାନ୍ଧକୁ କାନ୍ଧ ମିଶାଇ କାମ କରୁଛି, ରେଳବିଭାଗର ପ୍ରସ୍ତୁତି ସନ୍ତୋଷଜନକ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାତ୍ୟା ଫୋନିର ପ୍ରଭାବରେ ଖୋର୍ଦ୍ଦା ଡିଭିଜନ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା । ଭୁବନେଶ୍ୱର-ଖୋର୍ଦ୍ଦା ରୋଡ, ପୁରୀ ଓ କଟକ ଷ୍ଟେସନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ୧୮ ପେୟାର ଟ୍ରେନ୍ ପୁରୀ ଯାଏଁ ଚାଲେ । ସେଥିମଧ୍ୟରୁ ୧୦ ପେୟାର ଟ୍ରେନ୍ ପୁରୀକୁ ଚାଲିବା ଆରମ୍ଭ କରିଛି । ପୁରୀ ଏକ୍ସପ୍ରେସ ଚଳାଚଳ ସ୍ୱାଭାବିକ୍ ହୋଇଛି । ୧୨ ତାରିଖ ମଧ୍ୟରେ ସମସ୍ତ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳବିଭାଗର ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିବା କଥା ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ବିଜୁଳି ସଂଯୋଗ କାମ ରେଳେଓ ଟ୍ରାକସନ ରେ ପୁରୀ ପର୍ଯ୍ୟନ୍ତ ହୋଇସାରିଲାଣୀ । ଭୁବନେଶ୍ୱର-ଖୋର୍ଦ୍ଦା ମଧ୍ୟରେ ବିଜୁଳି ଜଳିବା କାରଣରୁ ପାଣି, ଚାର୍ଜିଂ ପଏଂଟ ବ୍ୟବସ୍ଥା ହୋଇସାରିଛି । ଯାହାଫଳରେ ଏହା ଆଶ୍ରୟ ଓ ଆସ୍ଥାର କେନ୍ଦ୍ରଭାବେ କାମ କରିପାରିଛି ।

ଆହୁରିମଧ୍ୟ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରଥଯାତ୍ରା ସମୟରେ ରେଳବିଭାଗ ଯେତିକି ପ୍ରସ୍ତୁତି କରେ ଚଳିତବର୍ଷ ତାହା ଠାରୁ ଅଧିକ ପ୍ରସ୍ତୁତି ରହିବା ପାଇଁ ରେଳବିଭାଗର ଅଧିକାରୀ ମାନେ କହିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାତ୍ୟା ବିପନ୍ନ ଅଂଚଳରେ ତେଲଟାଙ୍କି ଚାଲୁ ହେବା ପକ୍ରିୟା ସ୍ୱାଭାବିକ୍ ହେଲାଣୀ । ଲୋକମାନଙ୍କ ମନରେ ଡର କାରଣରୁ ୩ ଗୁଣା ପେଟ୍ରୋଲ ଓ ଡିଜେଲ କିଣିବା କାରଣରୁ କିଛିଟା ସମସ୍ୟା ଦେଖାଦେଇଥିଲା । ତେବେ ଏଥିରେ ଧୀରେଧୀରେ ସୁଧାର ଆସିବାରେ ଲାଗିଛି । ପୁରୀରେ କ୍ଷତିଗ୍ରସ୍ତ ହୋଇଥିବା ୨୯ଟି ପେଟ୍ରୋଲପମ୍ପ ମଧ୍ୟରୁ ୨୨-୨୩ଟି ଚାଲୁ ହୋଇଗଲାଣୀ । ବାତ୍ୟା ପ୍ରଭାବିତ ଅଂଚଳରେ ଡିଜେଲ ଯୋଗାଇବା ପାଇଁ ୬ଟି ଡୋର ଡେଲିଭରି ସିଷ୍ଟମ କାମ କରୁଛି । ଯାହାଫଳରେ ବାତ୍ୟା ପରେପରେ ସରକାରୀ ଗାଡି ଗୁଡିକ ରିଲିଫ କାମ ଠିକ୍ ସେ କରିପାରିଲେ । ବିଜୁଳି ବ୍ୟବସ୍ଥା ହେଲେ ସମସ୍ତ ବ୍ୟବସ୍ଥା ସ୍ୱାଭାବିକ୍ ହେବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାମ ଚାଲିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.