Latest Odisha News

BREAKING NEWS

ପଶ୍ଚିମ ଓଡିଶାରେ ବଢୁଛି ତାତି, ମେ’ ୧୨ ଯାଏଁ ଜାରି ରହିବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଖରାର ପ୍ରାଦୂର୍ଭାବ ବଢୁଥିବାବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗରମ ଓ ଗୁଳୁଗୁଳି ପଶ୍ଚିମ ଓଡିଶା ବାସୀଙ୍କୁ ନାକେଦମ୍ କରୁଛି ।

ଟିଟଲାଗଡ ଓ ସୁନ୍ଦରଗଡରେ ଶୁକ୍ରବାର ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ବାତ୍ୟା ଫନି ପରେ କିଛି କିଛି ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ହୋଇପାରିନଥିବା ବେଳେ ଗରମ ଯୋଗୁଁ ଜନଜୀବନ ଏକପ୍ରକାର ଦୁର୍ବିଷହ ହୋଇପଡିଛି ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଆସନ୍ତା ୧୨ ତାରିଖ ଯାଏଁ ପଶ୍ଚିମ ଓଡିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବା ସଙ୍ଗେସଙ୍ଗେ ଉପକୂଳ ଓଡିଶାରେ ମଧ୍ୟ ଗରମ ଅନୁଭୂତ ହେବ । ବିଶେଷ କରି ପଶ୍ଚିମ ଓଡିଶାରେ ଏଭଳି ଗରମ ଆହୁରି ୩ ଦିନ ଯାଏଁ ଲାଗି ରହିବ । ଅପରପକ୍ଷରେ ରାଜ୍ୟର ପାଖାପାଖି ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରେକର୍ଡ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ଧରି ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ଡିଗ୍ରୀ ଉପରେ ରହୁଥିବାବେଳେ ସକାଳ ୮ ଓ ୯ଟା ରୁ ହିଁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି । ଏହାଫଳରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି।

Leave A Reply

Your email address will not be published.