Latest Odisha News

BREAKING NEWS

ଗଞ୍ଜାମ: ରାସ୍ତା କଡ଼ରୁ ବିବାହିତା ମହିଳାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବେଲଗାଁ ନିକଟ ରାସ୍ତା କଡ଼ରୁ ଶୁକ୍ରବାର ସକାଳେ ମୁର୍ମୂଷୁ ଅବସ୍ଥାରେ ଜଣେ ବିବାହିତା ମହିଳାଙ୍କୁ ଉଦ୍ଧାର କରାଯାଇଛି ।

ସ୍ଥାନୀୟ ଅଧିବାସୀ ଏହା ସକାଳେ ଦେଖିବାପରେ ସଙ୍ଗେସଙ୍ଗେ ତାଙ୍କୁ ଗୋନ୍ଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ମହିଳା ଜଣକଙ୍କର ଶାଶୁଘର ବେଲଗାଁ ଗ୍ରାମରେ । ତାଙ୍କ ଶାଶୁଘର ଲୋକେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ରାସ୍ତା କଡ଼ରେ ଫିଙ୍ଗିଦେଇ ଚାଲିଦେଥିବାର ମହିଳା ଜଣକ ଅଭିଯୋଗ କରି କହିଛନ୍ତି ।

ମିଳିଥିବା ସୂତ୍ରରୁ ଜଣାପଡ଼ିଛି, ମହିଳା ଜଣକ ୬ ବର୍ଷ ପୂର୍ବରୁ ବିବାହ କରିଥିଲେ । ତାଙ୍କୁ ଶାଶୁଘର ଲୋକେ ସବୁବେଳେ ଯୌତୁକ ନିର୍ଯ୍ୟାତନା ଦେଉଥିବାର ସେ ଅଭିଯୋଗ କରିଛନ୍ତି । ଏହି କଥାକୁ ନେଇ ତାଙ୍କ ସ୍ୱାମୀଙ୍କ ସହିତ ତାଙ୍କର ଅଧିକାଂଶ ସମୟରେ ଝଗଡ଼ା ହୋଇଥାଏ ଏବଂ ସ୍ୱାମୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବାର ସେ ଅଭିଯୋଗ କରିଛନ୍ତି ।

ମହିଳାଙ୍କ ମାଆଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗ ମିଳିବା ପରେ ପୋଲିସ ମହିଳାଙ୍କ ଶାଶୁଘର ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି ।

Leave A Reply

Your email address will not be published.