Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ‘ଦାନା’ : ଟେରାକୋଟା ପ୍ରଦର୍ଶନୀ “ମୃତ୍ତିକା” ଘୁଞ୍ଚିଲା

ଭୁବନେଶ୍ୱର :  ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାନ ମୋହିବ ଟେରାକୋଟା ପ୍ରଦର୍ଶନୀ ” ମୃତ୍ତିକା”। ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ  ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଠାରେ ଅକ୍ଟୋବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ  “ମୃତ୍ତିକା-୨୦୨୪’  ଆୟୋଜନ ହେବ । ଦୀପାବଳିକୁ ଦୃଷ୍ଟିରେ ରଖି  ଅକ୍ଟୋବର ୨୨ରୁ ୨୯  ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ଆୟୋଜିତ ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବାତ୍ୟା ଦାନା ଆତଙ୍କ ସବୁ ବିଗାଡିଛି। ପୂର୍ବ କେନ୍ଦ୍ର  ବଙ୍ଗୋପସାଗର ଓ ଉତ୍ତର  ଆଣ୍ଡାମାନ ସାଗରରେ ସମ୍ଭାବ୍ୟ  ଲଘୁଚାପର ପ୍ରଭାବରେ ବର୍ଷା  ଓ ବାତ୍ୟାକୁ ଦୃଷ୍ଟିରେ ରଖି  ଅକ୍ଟୋବର ୨୨ ପରିବର୍ତ୍ତେ  ୨୫ ତାରିଖରୁ ଏହି  ପ୍ରଦର୍ଶନୀ ଆରମ୍ଭ ହେବ ବୋଲି  ସ୍ଥିର କରାଯାଇଛି।

Leave A Reply

Your email address will not be published.