Latest Odisha News

BREAKING NEWS

ତାମିଲନାଡୁ ଉପକୂଳରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ମାଣ୍ଡୋସ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା

ଚେନ୍ନାଇ: ତାମିଲନାଡୁରେ ତାଣ୍ଡବ ରଚିଲା ବାତ୍ୟା ମାଣ୍ଡୋସ୍ । ୭୫ କିଲୋମିଟର ଘଣ୍ଟା ପ୍ରତି ବେଗରେ ତାମିଲନାଡୁ ସମୁଦ୍ରକୂଳ ପାର କରିଛି ମାଣ୍ଡୋସ୍ । ପରେ ଏହା କ୍ରମଶଃ ଦୁର୍ବଳ ହୋଇଛି । ଶୁକ୍ରବାର ରାତି ସାଢେ ୧୦ଟାରେ ଚେନ୍ନାଇ ନିକଟ ମାଲାପୁରମ(ମହାବଳିପୁରମ) ଠାରେ ଲ୍ୟାଣ୍ଡଫଲ୍ କରିଛି ସାମୁଦ୍ରିକ ଝଡ଼ ମାଣ୍ଡୋସ ।

ପୁଡୁଚେରୀ ଓ ଶ୍ରୀହରିକୋଟା ମଝି ସମୁଦ୍ରତଟରେ ଏହା ମାଡ଼ ହୋଇଛି । ରାତି ସାଢେ ୧ଟାରେ ଏହାର ବେଗ ଘଣ୍ଟା ପ୍ରତି ୭୫ କିମି ଥିଲା । ଭୋର ସାଢେ ୫ଟା ବେଳକୁ ଦୁର୍ବଳ ହୋଇସାରିଥିଲା । ଏହି ସମୟ ପର୍ଯ୍ୟନ୍ତ ଏଠାରେ ୧୧୫.୧ ମିମି ବର୍ଷା ହୋଇଥି ।

ମାଣ୍ଡୋସ୍ ପ୍ରଭାବକୁ ଲକ୍ଷ୍ୟ ରଖି ଚେନ୍ନାଇରୁ ୧୩ଟି ଘରୋଇ ଓ ତିନିଟି ଅନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣ ରଦ୍ଦ କରାଯାଇଥିଲା । ଚେଙ୍ଗୁଲପଟ୍ଟୁ ଜିଲ୍ଲାରେ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ କହିଛି । ମୋଟ ୨୦୦ ଗଛ ଉପୁଡି ପଡିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଚେନ୍ନାଇର ରାସ୍ତାଘାଟ ଜଳମଗ୍ନ ହୋଇଛି ।

ସ୍ଥିତିକୁ ନଜର ରଖି ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଞ୍ଚିପୁରମ ଆଦି ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ରହିଛି । ମାଣ୍ଡୋସ୍ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବାର ସୂଚନା ରହିଛି ।

Leave A Reply

Your email address will not be published.