Latest Odisha News

BREAKING NEWS

ବୋରଓ୍ୱେଲ୍ ଭିତରେ ଚାଲିଗଲା ତନ୍ମୟର ଜୀବନ

ଭୋପାଳ : ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ ।  ମଧ୍ୟପ୍ରଦେଶର ବେତୁଲରେ ବୋରଓ୍ୱେଲ ଭିତରକୁ ଖସିପଡିଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ । ବୋରଓ୍ୱେଲର ୫୫ଫୁଟ୍ ତଳକୁ ସେ ଖସି ପଡିଥିଲା । ଆଜି ଭୋର ସାଢେ ୫ଟାରେ ଏନଡିଆରଏଫ ତାର ମୃତଦେହକୁ ଉଦ୍ଧାର କରିଛି ।

ତାର ମୁହଁ ତଳକୁ ହୋଇଥିବାରୁ ସେ ଅକ୍ସିଜେନ ଗ୍ରହଣ କରିପାରିନଥିଲା । ୫ଦିନ ଧରି  ଉଦ୍ଧାର କାର୍ଯ୍ୟ ହୋଇଥିଲା  । ପାଣି ଓ ପଥର ପାଇଁ ଉଦ୍ଧାରକାରୀ ଦଳଙ୍କ ପାଇଁ ସମସ୍ୟା ହୋଇଥିଲା । ଏନଡିଆରଏଫ୍ ଓ ଡିଏସଆରଏଫର ମୋଟ ୬୧ ଯବାନ ନିୟୋଜିତ ହୋଇଥିଲେ ।

ହେଲେ ଅକ୍ସିଜେନ ଅଭାବରୁ ତାର ମୃତ୍ୟୁ ହୋଇଛି । ମୃତଦେହକୁ ଆଠେନାର ହସପିଟାଲକୁ ନିଆଯାଇଛି । ସେଠାରେ ଶବ ବ୍ୟବଚ୍ଛେଦ ହେବା ପରେ ଜଣାପଡିବଯେ, ଅକ୍ସିଜେନ ନ ପାଇବାରୁ କିମ୍ୱା ଆଘାତ ଲାଗିବାରୁ ନା ଅନ୍ୟ କୌଣସି କାରଣରୁ ତାର ମୃତ୍ୟୁ ହୋଇଛି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ତାର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହିତ ତାର ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.