Latest Odisha News

BREAKING NEWS

ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଦୌଡ଼ରେ ୩ ଜଣଙ୍କ ନାଁ, ହାଇକମାଣ୍ଡ ନେବେ ନିଷ୍ପତ୍ତି

ସିମଲା: କିଏ ହେବେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ । ଚୂଡ଼ାନ୍ତ ହୋଇପାରୁନି ନାଁ । ତିନି ଜଣଙ୍କ ନାଁ ପ୍ରସ୍ତାବ ରହିଛି । ଏନେଇ କଂଗ୍ରେସ ହାଇକମାଣ୍ଡ ନେବେ ନିଷ୍ପତ୍ତି । ହିମାଚଳପ୍ରଦେଶଳରେ ସରକାର ଗଠନ ପାଇଁ ବହୁମତ ହାସଲ କରିବା ପରେ କଂଗ୍ରେସ ପାଇଁ ଅଡ଼ୁଆ ବଢିଛି । ଗତକାଲି ନବନିର୍ବାଚିତ ବିଧାୟକଙ୍କ ବୈଠକ ହୋଇଥିଲା । ମୁଖ୍ୟମନ୍ତ୍ରୀ ଭାବେ କୌଣସି ନେତାଙ୍କ ନାଁରେ ସମସ୍ତେ ଏକମତ ହୋଇପାରିନଥିଲେ ।

ମୁଖ୍ୟମନ୍ତ୍ରୀ ରେସରେ ଥିବା ୩ ଜଣ ହେଉଛନ୍ତି ପ୍ରଦେଶ ଅଧ୍ୟକ୍ଷ ତଥା ସାଂସଦ ପ୍ରତିଭା ସିଂ । ଯିଏକି ୬ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଦିବଙ୍ଗତ ବିରଭଦ୍ର ସିଂଙ୍କ ପତ୍ନୀ । ଦଳ ତାଙ୍କ ପ୍ରତି ଅନ୍ୟାୟ କରିବନି ବୋଲି ଆଶା ପୋଷଣ କରିଛନ୍ତି ପ୍ରତିଭା । କଂଗ୍ରେସର ବିଜୟ ପାଇଁ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସେ ଏଥର ଜୋରଦାର ପ୍ରଚାର କରିଥିଲେ । ୬୮ଟି ଯାକ ନିର୍ବାଚନମଣ୍ଡଳୀକୁ ସେ ବୁଲିଥିଲେ । ତାଙ୍କ ପରିଶ୍ରମ ଫଳରେ ଦଳ ୪୦ଟି ଆସନ ହାତେଇଛି ବୋଲି ସେ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ରେସ୍ ରେ ଥିବା ଅନ୍ୟ ୨ ନାମ ହେଉଛି ସୁଖବିନ୍ଦର ସିଂ ସୁଖୁ ଓ ମୁକେଶ ଅଗ୍ନିହୋତ୍ରୀ । ରାଜେନ୍ଦ୍ର ରାଣାଙ୍କ ନାଁ ବି ଶୁଣାଶୁଣି ହେଉଛି । ଆଜି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ଓ  ରାଜ୍ୟ ପ୍ରଭାରୀ ରାଜୀବ ଶୁକ୍ଲା ହାଇକମାଣ୍ଡଙ୍କୁ ୩ଜଣଙ୍କ ନାଁ ପ୍ରସ୍ତାବ ଦେବେ । ହାଇକମାଣ୍ଡ ନୂଆ ମୁହଁ ବାଛିବେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.