Latest Odisha News

BREAKING NEWS

କୃଷକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ ବଜାର’

ନୂଆଦିଲ୍ଲୀ: ଆଜି ପୁଣିଥରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଦୁଇଟି ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ଏବେ କୃଷକ ନିଜ ଫସଲକୁ ସିଧା ବିକ୍ରି କରି ପାରିବେ । ଦେଶରେ କୃଷକଙ୍କ ପାଇଁ ଗୋଟିଏ ଦେଶ,ଗୋଟିଏ ବଜାର ବ୍ୟବସ୍ଥା ରହିବ । ଏହା ଦ୍ୱାରା କୃଷକ ଦେଶର ଯେକୌଣସି ସ୍ଥାନରେ ନିଜ ଫସଲ ବିକ୍ରି କରିପାରିବେ । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ କୃଷକ ନିଜ ସାମଗ୍ରୀ ଯେକୌଣସି ଠାରେ ବିକ୍ରି କରିପାରିବେ । ଦେଶର ଯେକୌଣସି ସ୍ଥାନ ଅର୍ଥାତ ଯେଉଁଠି ଅଧିକ ଅର୍ଥ ମିଳିବ ସେଠାରେ ସେମାନେ ସାମଗ୍ରୀ ବିକ୍ରି କରିପାରିବେ । କେନ୍ଦ୍ର ସରକାର ପ୍ରଥମଥର ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ ପଡ଼ିଛି ଆଳୁ, ପିଆଜ ଓ ତେଲ । ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ ହେଲେ ଚାଷୀ ଲାଭ ପାଇବେ ବୋଲି ସେ କହିଛନ୍ତି । କେବଳ ଜରୁରୀ ପରିସ୍ଥିତିରେ ନିୟମରେ ପରିବର୍ତ୍ତନ କରାଯାଇପାରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜରେ ଏସମ୍ପର୍କରେ ଘୋଷଣା କରାଯାଇଥିଲା । ଚଳିତ ସପ୍ତାହରେ ଏହା ହେଉଛି ମୋଦି କ୍ୟାବିନେଟରେ ଦ୍ୱିତୀୟ ବୈଠକ । ମୋଦି ସରକାର ନିକଟରେ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୁରଣ କରିଛି । ସୋମବାର ଦିନ ହୋଇଥିବା କ୍ୟାବିନେଟ୍ ବୈଠକରେ ଏମଏସଏମଇ ସେକ୍ଟର ଓ କୃଷକଙ୍କୁ ନେଇ କିଛି ବଡ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.