Latest Odisha News

BREAKING NEWS

ରାଜ୍ୟରେ ବାତ୍ୟା ନିରୋଧକ ବିଦ୍ୟୁତ ବ୍ୟବସ୍ଥା; ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ଜିଲ୍ଲାରେ ହେବ କାର୍ଯ୍ୟ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ବାତ୍ୟା ଯୋଗୁଁ ଓଡ଼ିଶାରେ ବିଦ୍ୟୁତ ବ୍ୟବସ୍ଥା ଓ ଭିତ୍ତିିଭୂମିର ଅତିମାତ୍ରାରେ କ୍ଷତି ଘଟିଥାଏ । ବାତ୍ୟା ସମୟରେ ବିଦ୍ୟୁତ ବ୍ୟବସ୍ଥାର କିପରି କୌଣସି ବ୍ୟାଘାତ ନ’ଘଟିବ ସେଥିଲାଗି ରାଜ୍ୟ ସରକାର ଦୃଢ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଓଡ଼ିଶାର ୪ଟି ଜିଲ୍ଲାରେ ଏହି ବିପର୍ଯ୍ୟୟ ନିରୋଧକ ବିଦ୍ୟୁତ ବ୍ୟବସ୍ଥା କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଏହି ଯୋଜନାର ଅଗ୍ରଗତି ସମ୍ପର୍କରେ ଗୁରୁବାର ଦିନ ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଏହି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ସଂପୃକ୍ତ ବିଭାଗୀୟ କର୍ତ୍ତୁପକ୍ଷ ତଥା ବିଦ୍ୟୁତ ବଣ୍ଟନ କମ୍ପାନୀ ଗୁଡ଼ିକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏପରିକି ଏହି କାର୍ଯ୍ୟର ଆର୍ଥିକ, ବୈଷୟିକ ଏବଂ ଆଇନଗତ ଦିଗର ସଠିକ୍ ପରିଚାଳନା ଲାଗି ଏକ ‘ଥିଙ୍କ୍ ଟ୍ୟାଙ୍କ୍’ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୧୧,୦୦୦ କୋଟି ଟଙ୍କା ବ୍ୟୟରେ ଏହା ସ୍ଥାପନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ୮,୦୦୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ହେବ ।

Leave A Reply

Your email address will not be published.