Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପୋଲିସ ବାବୁ; ନେଉଥିଲେ ଲାଞ୍ଚ !

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାର ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ପି ରାଜା ନାମକ ଜଣେ ବ୍ୟକ୍ତିଙ୍କଠାରୁ ଥାନାକୁ ଆସିଥିବା ଏକ ମାମଲାର ସମାଧାନ କରିବା ଲାଗି ଏହି ପୋଲିସ ଅଧିକାରୀ ଜଣକ ୩ ହଜାର ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଧରିଥିଲେ । ସଂପୃକ୍ତ ଏସଆଇଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଛି ।

ଭିଜିଲାନ୍ସ ବିଭାଗ ଏନେଇ ଅଧିକ ତଥ୍ୟ ସଂଗ୍ରହ କରୁଥିବା ବେଳେ ସଂପୃକ୍ତ ଏସଆଇଙ୍କ ସମ୍ପର୍କରେ ଅଧିକ ଛାନଭିନ୍ନ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.