ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା ସାହିନ୍ । ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଗୁଲାବର ଅବଶିଷ୍ଟାଂଶରୁ ଏହାର ପୂନର୍ଜନ୍ମ ହୋଇଛି । ସାଇକ୍ଲୋନିକ ଷ୍ଟର୍ମ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଆରବ ସାଗରରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇ ସାରିଛି । ଏହି ଅବପାତ ଉତ୍ତରପୂର୍ବ ଆରବ ସାଗର ଓ ସଂଲଗ୍ନ କଚ୍ଚରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୧୨ ଘଣ୍ଟାରେ ଏହା ଡିପ୍ ଡିପ୍ରେସନରେ ପରିଣତ ହୋଇ ଗୁଜରାଟ ଉପକୂଳ ମୁହାଁ ହେବ ।
ଗଭୀର ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ (କାଲି ସକାଳ ସାଢ଼େ ୫ଟା ସୁଦ୍ଧା) ସାମୁଦ୍ରିକ ଝଡ଼ ରୂପ ଧାରଣ କରିବ ବୋଲି କହିଛନ୍ତି ପାଣିପାଗ ବିଭାଗ । ବାତ୍ୟାର ନାଁ ରହିବ ସାହିନ । ଆସନ୍ତା ୨ତାରିଖରେ ବାତ୍ୟା ସିଭୟର ସାଇକ୍ଲୋନିକ ଷ୍ଟର୍ମ ବି ହୋଇପାରେ । ଏତିକିବେଳେ ପବନର ବେଗ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ଓ ସ୍ଥଳବିଶେଷରେ ବଢ଼ି ୧୧୦ କିଲୋମିଟ ଛୁଇଁପାରେ ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗୁଜରାଟର ସୌରାଷ୍ଟ୍ର, କଚ୍ଚର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଗୁଜରାଟ ଓ ଦକ୍ଷିଣ କୋଙ୍କଣର କିଛି ସ୍ଥାନରେ ପ୍ରବଳ ବର୍ଷିବ । ଆଜି ସନ୍ଧ୍ୟାରୁ ଉତ୍ତର-ପୂର୍ବ ଆରବ ସାଗର ସମେତ ଗୁଜରାଟ ଓ ଦକ୍ଷିଣ ମହାରାଷ୍ଟ୍ର ଉପକୂଳରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ । ଏଥିପାଇଁ ଆସନ୍ତା ୨ ତାରିଖ ଯାଏ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛି ପାଣିପଗ ବିଭାଗ ।
BREAKING NEWS
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
Comments are closed.