Latest Odisha News

BREAKING NEWS

ପିପିଲି ଉପନିର୍ବାଚନ: ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ନିଜ ଭୋଟ୍ ଦେଇଛନ୍ତି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ୨୩୪ ନମ୍ବର ବୁଥର କମାକନ୍ତିଆ ସରକାରୀ ଉଚ୍ଚବିଦ୍ୟାଳୟର ସେ ଭୋଟ୍ ଦେଇଛନ୍ତି । ସମର୍ଥକଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଆଶ୍ରିତ ପଟ୍ଟନାୟକ ।

କୋଭିଡ୍ ଗାଇଡଲାଇନରେ ଧାଡ଼ିରେ ଆସି ନିଜ ମତାଧିକାରୀ ସାବ୍ୟସ୍ତ କରିଛନ୍ତି । ଏତିକିବେଳେ ଭୋଟ୍ ଦେବାକୁ ହ୍ୱିଲ୍ ଚେୟାରରେ ଯାଇଥିବା ଜଣେ ବୃଦ୍ଧାଙ୍କୁ ଭୋଟ ଗ୍ରହଣ କେନ୍ଦ୍ର ପର୍ଯ୍ୟନ୍ତ ନେଇ ଯାଇଥିଲେ ଆଶ୍ରିତ । ମତଦାନ ପୂର୍ବରୁ ସେ ପୁରୀ ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ କାମନା କରିଥିଲେ ।

Leave A Reply

Your email address will not be published.