କୋଲକତା: ସଂପ୍ରତି ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସାମୁଦ୍ରିକ ବାତ୍ୟା କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସତର୍କ ରହିବାକୁ ସମୁଦ୍ରକୂଳବର୍ତ୍ତି ଜିଲ୍ଲାର ଲୋକମାନଙ୍କୁ କହିଛନ୍ତି । ବାତ୍ୟାକୁ ନେଇ ସବୁ ବିଭାଗ ସହ ବୈଠକ କରିବା ପରେ ସେ ଜନସାଧାରଣଙ୍କୁ ଭୟଭୀତ ନହେବା ସହ ଆଗୁଆ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଘରୁ ନବାହାରିବା ପାଇଁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ।
IMD has issued an alert regarding Cyclone 'Sitrang'. There is a high chance of rain on October 25. There is an appeal to the people to avoid going out unnecessarily or to the sea areas including the Sundarbans. Arrangements have been made by the state govt: WB CM Mamata Banerjee pic.twitter.com/4usGrzRZdF
— ANI (@ANI) October 24, 2022
ବାତ୍ୟା ସିତ୍ରାଙ୍ଗ ଏବେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରୁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି । ବାତ୍ୟା ଏକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହ ଆହୁରି ତୀବ୍ର ଓ ଭୀଷଣ ହେବାର ସମ୍ଭାବନା ରହିଛି।
#ସି-ତ୍ରାଙ୍ଗ pic.twitter.com/CEKPTL6vj9
— Meteorological Centre, Bhubaneswar (@mcbbsr) October 24, 2022
ଏହା ପରେ ସାମୁଦ୍ରିକ ବାତ୍ୟା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ନିଜର ଗତି ଜାରି ରଖିବା ସହ ଅକ୍ଟୋବର ୨୫ ତାରିଖ ସକାଳେ ତିଙ୍କୋନା ଦ୍ୱୀପ ଏବଂ ସାନ୍ଦ୍ୱୀପ୍ ନିକଟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେବେ ଏହାକୁ ନେଇ ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ନିଆଯାଇଛି ।
Comments are closed.