Latest Odisha News

BREAKING NEWS

ଓଡ଼ିଶାକୁ ବାତ୍ୟା ପ୍ରଭାବ ଅଛି କି ନାହିଁ ? ତିନି ଦିନ ପରେ ସ୍ପଷ୍ଟ ହେବ

ଭୁବନେଶ୍ବର: ଆଉ ଚାରି ଦିନ ପରେ ବାତ୍ୟା ହେବ କି ନାହିଁ ଏହାକୁ ନେଇ ଏହାକୁ ନେଇ ଦେଶ ବିଦେଶର ପାଣିପାଗ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବାତ୍ୟା ହେବ ବୋଲି କଛି ସଂସ୍ଥା ଆକଳନ କରିଥିବା ବେଳେ କିଛି ବିଶେଷଜ୍ଞ କହୁଛନ୍ତି 22 ତାରିଖରେ ସ୍ପଷ୍ଟ ହେବ ।

 

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା  ଘୂର୍ଣ୍ଣିବଳୟ ଯାହା କାଳକ୍ରମେ ୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅନୁମାନ କରୁଛନ୍ତି ପାଣିପାଗ ବିଶେଷଜ୍ଞ । ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁ ବିଭିନ୍ନ ମଡେଲକୁ  ଅନୁଧ୍ୟାନ କରି ବାତ୍ୟାର ସମ୍ଭାବନା ଥିବା କହିଛନ୍ତି । ତେବେ  ଆସନ୍ତା ୨୨ ତାରିଖରେ ବାତ୍ୟାର ରୂପରେଖ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ ବୋଲି ଶରତ ସାହୁ ସ୍ପଷ୍ଟ କରିଛନ୍ତି।

 ଯଦି ବାତ୍ୟା ଆସେ ତାହାଲେ ଏହାର ଗତିପଥ ଆନ୍ଧ୍ର-ଓଡ଼ିଶା ଉପକୂଳ କିମ୍ବା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ରହିପାରେ ବୋଲି ସେ ଅନୁମାନ ଲଗାଇଛନ୍ତି। ବାତ୍ୟା ନହେଲେ ମଧ୍ୟ ୨୪ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ଦୁଇଦିନ ବର୍ଷିବ ବୋଲି ସେ କହିଛନ୍ତି ।

 ଆଞ୍ଚଳିକ ପାଣିପାଗ ବିଭାଗର ଅନୁମାନ କହଛି ଯେ  ଲଘୁଚାପ ସୃଷ୍ଟିର ୪୮ ଘଣ୍ଟା ପରେ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। ତେବେ ଏହା ଦ୍ୱାରା ବାତ୍ୟା ହେବ କି ନାହିଁ ତାହା ଏବେଠୁ ଆକଳନ କରିବା ସମ୍ଭବ ହେଉନାହିଁ ।

ସାଧାରଣତ ଅକ୍ଟୋବର ମାସରେ  ବର୍ଷା ଓ ବାତ୍ୟା ସବୁବର୍ଷ ଅଳ୍ପବହୁତ ଦେଖାଯାଇଥାଏ । ଏବର୍ଷ ବର୍ଷାକୁ ନେଇ ଚାଷୀମାନେ ମଧ୍ୟ ଚିନ୍ତାରେ ଅଛନ୍ତି । ତେବେ ଆଉ ତିନି ଦିନ ପରେ ସବୁ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.