Latest Odisha News

BREAKING NEWS

ବାତ୍ୟା ‘ୟସ୍’ ପାଇଁ ୬ ଜିଲ୍ଲାରେ ୨୭ ଯାଏଁ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା ‘ୟସ’ ପାଇଁ ରାଜ୍ୟରେ ବାଧାପ୍ରାପ୍ତ ହେବାକୁ ଯାଉଛି ଟିକାକରଣ । ୬ଟି ଜିଲ୍ଲାରେ ୨୫ରୁ ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ କୋଭିଡ୍ ଟେଷ୍ଟିଂ ଓ ଟିକାକରଣ।

ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ ଓ ଖୋର୍ଦ୍ଧା ଆଦି ଜିଲ୍ଲା ରହିଛି।

ଆଜିଠାରୁ ୨୭ ତାରିଖ ଯାଏ ଏହି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ସେହିପରି ଡୋର୍ ଟୁ ଡୋର୍ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କାମ ବି ବନ୍ଦ ରହିବ । ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

Leave A Reply

Your email address will not be published.