Latest Odisha News

BREAKING NEWS

ଆକ୍ସିସ୍ ବ୍ୟାଙ୍କରେ ନିଆଁ

ସମ୍ବଲପୁର: ଆକ୍ସିସ୍ ବ୍ୟାଙ୍କରେ ନିଆଁ । ସମ୍ବଲପୁର ବୁଢାରାଜା ଆକ୍ସିସ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ନିଆଁର ଭୟାବହତା ଅଧିକ ଥିବା ବେଳେ ଆୟତ କରିବାରେ ସମସ୍ୟା ଉପୁଜିଥିଲା । ବିଲ୍ଡିଂ ଭିତରେ ପ୍ରବଶେ କରିବା ସହଜ ହୋଇପାରିନଥିଲା । କିଛି ସମୟ ପରେ ଘଟଣାସ୍ଥଳରେ ୩ ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିବାରେ ଲାଗିଛନ୍ତି ।

ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିଥିବା ବିଲ୍ଡିଂରେ ଫସି ରହିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଉଛି । ପାଖାପାଖି ୨୦ଜଣଙ୍କୁ ବାହାର କରାଯାଇଛି । ବ୍ୟଙ୍କର ସମସ୍ତ କର୍ମଚାରୀ ସୁରକ୍ଷିତ ରହିଥିବା ଜଣାପଡିଛି ।

Leave A Reply

Your email address will not be published.