Latest Odisha News

BREAKING NEWS

କେନ୍ଦ୍ରୀୟ ଅର୍ଥରାଶି ୬୪୧ କୋଟି ଟଙ୍କା ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯାଉ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବାତ୍ୟା ୟାସ୍ ଓଡ଼ିଶାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଏଥି ପାଇଁ କେନ୍ଦ୍ରରୁ ଆସିଥିବା ୬୪୧.୬ କୋଟି ଟଙ୍କାକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯିବା ନେଇ ଆଜି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟକୁ ଗତ ୧ତାରିଖରେ ଏସଡ଼ିଆରଏଫ ପାଣ୍ଠିରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଅଗ୍ରୀମ ଏହି ଟଙ୍କା ମିଳିଥିଲା । ବାତ୍ୟା ୟାସ୍ ଲୋକଙ୍କ ଜୀବନଜୀବିକା ଏବଂ ଅର୍ଥନୀତି ଉପରେ ପ୍ରଭାବ ପକାଇଥିବାରୁ ସେମାନଙ୍କୁ ରିଲିଫ, ଉଦ୍ଧାର, ପୁନରୁଦ୍ଧାର ଓ ଆନୁଷଙ୍ଗିକ ସହାୟତା ପାଇଁ ଏହି ପାଣ୍ଠିର ସଦୁପଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.