Latest Odisha News

BREAKING NEWS

ଆସନ୍ତା ୧୨ରେ ଆଉ ଏକ ଘୂର୍ଣ୍ଣିବଳୟ, ବଢିପାରେ ବର୍ଷାର ପରିମାଣ

ଭୁବନେଶ୍ଵର: ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ । ଫଳରେ ଗତ କିଛି ଦିନ ହେବ ରାଜ୍ୟରେ ପ୍ରବଳ ବର୍ଷା ହେଉଥିଲା। କିନ୍ତୁ ଦୁଇ ଦିନ ହେବ ରାଜ୍ୟରେ ପାଗ ଶୁଖିଲା ରହିଛି । ତେବେ ପୁଣି ବର୍ଷାରେ ଭିଜିବ ଓଡି଼ଶା । ୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି  ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପରଦିନ ଅର୍ଥାତ ୧୩ ତାରିଖରେ ଏହା ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ସେପ୍ଟେମ୍ବର ୧୩ ରୁ ୧୫ ମଧ୍ୟରେ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ସେପ୍ଟେମ୍ବର ୧୬ ବେଳକୁ ବର୍ଷା ସାମାନ୍ୟ ଭାବରେ ହ୍ରାସ ପାଇବ। ତେବେ ପଶ୍ଚିମ ଓଡ଼ିଶାରେ ଗୋଟିଏ ବା ଦୁଇଟି ସ୍ଥାନରେ ସେପ୍ଟେମ୍ବର ୧୬ରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସେପ୍ଟେମ୍ବର ୧୮ ପରେ ରାଜ୍ୟରେ ପାଣିପାଗରେ ଉନ୍ନତି ଘଟିବ ବୋଲି ସିଇସି ପକ୍ଷରୁ ସୂଚନା ମିଳିଛି ।

 

 

 

Leave A Reply

Your email address will not be published.