Latest Odisha News

BREAKING NEWS

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଶ୍ବନେତା : ଖଦୀ ବସ୍ତ୍ର ଉପହାର ଦେଇ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ଆଜି ସକାଳ ୯ଟାରେ ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଶ୍ୱ ନେତା । ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଜି-୨୦ର ନେତା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଶ୍ୱନେତାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି  । ପ୍ରଧାନମନ୍ତ୍ରୀ ସମସ୍ତ ନେତା ମାନଙ୍କୁ ଖଦୀ ବସ୍ତ୍ର ଉପହାର ଦେଇ ସ୍ବାଗତ କରିଛନ୍ତି  । ଏବଂ ସାବରମତି ଆଶ୍ରମ ବିଷୟରେ ବୁଝାଇଛନ୍ତି  । ଏହା ପରେ ଭାରତ ମଣ୍ଡପମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  । ଏହା ପରେ ଦ୍ୱିତୀୟ ଦିନର ଅଧିବେଶନ ଆରମ୍ଭ ହେବ । ୱାନ୍ ଫ୍ୟୁଚର ଉପରେ ଆଜିର ଅଧିବେଶନରେ ଆଲୋଚନା ହେବ ।

ଗତକାଲି ପ୍ରଥମ ଦିନରେ ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ବିଷୟବସ୍ତୁ ଉପରେ ବିଶ୍ୱନେତା ମାନେ ଆଲୋଚନା କରିଥିବା ବେଳେ ଆଜି ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ମାନସ ମନ୍ଥନ ହେବ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୨ଟା ୩୦ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ  ।

Leave A Reply

Your email address will not be published.