Latest Odisha News

BREAKING NEWS

ଆଗାମୀ ୭୨ ଘଣ୍ଟା ମଧ୍ୟରେ ଓଡିଶାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡିଶାର ବିଭିନ୍ନ ସ୍ଥାନରେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ଜଳବାୟୁରେ ପରିବର୍ତ୍ତନ ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ।

ଆଇଏମଡିର ବୁଲେଟିନ୍ ଅନୁଯାୟୀ, ରାଜ୍ୟରେ ଆସନ୍ତା ଫେବୃଆରୀ ୨୨ ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଷ୍କ ରହିବ । ଉତ୍ତର-ପଶ୍ଚିମା ପବନ ବହିବା ଯୋଗୁଁ ରାତି ଓ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏଁ ବଢିଛି । ପରବର୍ତ୍ତୀ ସମୟରେ ଗୁରୁବାର ଠାରୁ ପବନର ଦିଗ ବଦଳିବ । ଏହାବ୍ୟତିତ ଫେବୃଆରୀ ୨୪ ତାରିଖ ବେଳକୁ ସାଇକ୍ଲୋନିକ୍ ସର୍କୁଲେସନର ସମ୍ଭାବନା ରହିଛି । ଯାହାଫଳରେ ଫେବୃଆରୀ ୨୩ ତାରିଖ ବେଳକୁ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ଦେବଗଡ ଓ ମୟୂରଭଞ୍ଜ ଆଦି ଜିଲ୍ଲା ଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ସେହିପରି ଫେବୃଆରୀ ୨୪ ତାରିଖ ବେଳକୁ ପାଗ ସାମାନ୍ୟ କୋହଲା ରହିବା ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଏହାବ୍ୟତିତ ୨୫ ଓ ୨୬ ତାରିଖ ବେଳକୁ ବାଦଲ ଛାଇ ରହିବ । ବର୍ଷା ପ୍ରଭାବରେ ତାପମାତ୍ରା ପ୍ରାୟ ୬ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ସହ ୨୭ ତାରିଖ ବେଳକୁ ଧିରେଧିରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.