Latest Odisha News

BREAKING NEWS

ଅବପାତର ରୂପ ନେଉଛି ଲଘୁଚାପ : ଡିସେମ୍ବର ୨ରେ ବାତ୍ୟା ଆଶଙ୍କା !

ଭୁବନେଶ୍ବର :  ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ  । ଗତକାଲି ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାବେଳେ ଆଜି ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏପର୍ଯ୍ୟନ୍ତ ବାତ୍ୟାର ଗତିପଥ ନେଇ କିଛି ସ୍ପଷ୍ଟ ହେଇନି  । କିନ୍ତୁ ଡିସେମ୍ବର ୪ ଓ ୫ ତାରିଖରେ ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ୫ ଓ ୬ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  । ଯାହାକୁ ଦୃଷ୍ଟିରେ ରଖି  ଉପକୂଳବର୍ତ୍ତୀ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି  ଏସଆରସି । ଏସବୁ ଜିଲ୍ଲା ଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଓ ଗଞ୍ଜାମ  । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ  । ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଚାଷୀଙ୍କୁ ସତର୍କ କରାଇବା ପାଇଁ ମଧ୍ୟ କୃଷି ବିଭାଗକୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.