Latest Odisha News

BREAKING NEWS

ଯୋଧପୁରରେ ସିଲିଣ୍ଡର ବ୍ଲାଷ୍ଟ, ମୃତ୍ୟୁ ସଂଖ୍ୟା ୧୮ କୁ ବୃଦ୍ଧି

ରାଜସ୍ଥାନ : ବିବାହ ଖୁସିରେ ଲାଗିଲା ଗ୍ରହଣ । ବରଯାତ୍ରୀ ବାହାରିବା ପୂର୍ବରୁ ଫାଟିଲା ଗ୍ୟାସ ଟାଙ୍କି । ଯୋଧପୁର ସିଲିଣ୍ଡର ବ୍ଲାଷ୍ଟ ମାମଲା । ବିବାହ ମହତ୍ସୋବରେ ଭୋଜି ପ୍ରସ୍ତୁତ ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣାରେ ୫ ଜଣ ଅତିଥିଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ଆହତ ହୋଇଥିଲେ । ଏହି ଅଘଟଣରେ ଗୁରୁତର ଥିବା ଆଉ ୬ ଜଣଙ୍କର ସୋମବାର ମୃତ୍ୟୁ ଘଟିଛି । ଏନେଇ ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି ପାଇଛି  ।

ସେହିପରି ୩୪ ଜଣ ଗୁରୁତରଙ୍କ ଯୋଧପୁର ହସ୍ପିଟାଲରେ ଚିକିତ୍ସା ଚାଲିଛି । ତେବେ ସେମାନଙ୍କ ମଧ୍ୟରୁ ଆଉ ୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି  । ଗତକାଲି ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ବରର ମା’ ଙ୍କ ସହ ଜଣେ ୯ ବର୍ଷୀୟ ବାଳକ ଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ରାଜସ୍ଥାନ ଯୋଧପୁରର ଭୁଙ୍ଗରା ଗାଁରେ ଜଣେ ବ୍ୟକ୍ତିଙ୍କ ବାହାଘର ଥିଲା । ବାହାଘରକୁ ନେଇ ପରିବାର ଲୋକ ବହୁତ ଖୁସି ଥିଲେ । ହେଲେ ଏହି ହସଖୁସିର ପରିବେଶ ହଠାତ୍‌ ଶୋକାକୁଳ ପରିବେଶରେ ପରିଣତ ହୋଇଥିଲା । ବର ପକ୍ଷଙ୍କ ଘରେ ଅତିଥିଙ୍କ ପାଇଁ ଭୋଜି ପ୍ରସ୍ତୁତ ଚାଲିଥିବା ବେଳେ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୬୦ ଜଣ ଆହତ ହୋଇଥିଲେ ।

 

Leave A Reply

Your email address will not be published.