Latest Odisha News

BREAKING NEWS

ହୁତୁହୁତୁ ହୋଇ ଜଳିଲା ସିପରି ବଜାର, ୪ଜଣ ଜୀବନ୍ତ ଦଗ୍ଧ

ଝାନସୀ:  ଉତ୍ତରପ୍ରଦେଶର ଝାନସୀ ନିକଟସ୍ଥ ସିପରି ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ଝିଅ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ସିପରି ବଜାରର ରାମା ବୁକ୍ ଡିପୋ ଛକ ନିକଟରେ ଥିବା ବିଅର ଟ୍ରେଡରରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସିପରି ବଜାରର ଅନେକ ଦୋକାନ ଜଳିପୋଡ଼ି ପାଉଁଷ ହୋଇଯାଇଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ଝାନସି ନିକଟସ୍ଥ ସିପରି ବଜାରର ୩ତାଲା ବିଶିଷ୍ଠ ଏକ ସୋ-ରୁମରେ ନିଆଁ ଲାଗିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ଗୋଟେ ସ୍ଥାନରୁ ଆଉଗୋଟେ ସ୍ଥାନକୁ ନିଆଁ ବ୍ୟାପିଯାଇଥିଲା । ଦୀର୍ଘ ୧୦ଘଣ୍ଟାର ରେସକ୍ୟୁ ଅପରେଶନ ପରେ ନିଆଁକୁ ଆୟକ କରିବାରେ ସଫଳ ହୋଇଥିଲେ ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଛି । ନିଆଁ ଲିଭାଇବା ପାଇଁ ୮୦ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଉଦ୍ଧାର କାର୍ଯ୍ୟ ପାଇଁ ସେନାର ସହାୟତା ନିଆଯାଇଥିଲା । ଅଗ୍ନିକାଣ୍ଡର କାରଣ ତୁରନ୍ତ ଖୋଜିବାକୁ ଝାନସି ଜିଲ୍ଲାପାଳ ଏକ ତଦନ୍ତକାରୀ କମିଟି ଗଠନ କରି ତଦନ୍ତ ପକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ।

Leave A Reply

Your email address will not be published.