Latest Odisha News

BREAKING NEWS

ପୁଣି ବିଜେବି କଲେଜରେ ରାଗିଂ ! ବଡ଼ଗଡ଼ ଥାନାରେ ଛାତ୍ରଙ୍କ ଏତଲା

ଭୁବନେଶ୍ୱର: ବିଜେବି କଲେଜ ପିଛା ଛାଡ଼ୁନି ରାଗିଂ ଅଭିଯୋଗ । ଗତ ୨ ତାରିଖରେ ରାଗିଂକୁ ସାମ୍ନା ନକରି ପାରି ହଷ୍ଟେଲ ରୁମରେ ଜୀବନ ହାରିଥିଲେ ରୁଚିକା ମହାନ୍ତି । ରୁଚିକାଙ୍କ ଆତ୍ମହତ୍ୟାକୁ ୬ ଦିନ ବିତିଥିବା ବେଳେ ଧରାପଡ଼ି ନାହାନ୍ତି ୩ ସିନିୟର । ଅନ୍ୟପଟେ ବିଜେବି କଲେଜର ଜଣେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ବାଣିଜ୍ୟ ଛାତ୍ର ରାଗିଂ ନେଇ ଥାନାରେ ଏତଲା ଦେଇଛନ୍ତି ।

ସହପାଠୀ ମାଡ଼ ମାରିବା ସହ ବାଇକ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ଛାତ୍ର ଜଣଙ୍କ । ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଛାତ୍ର ଜଣଙ୍କ ଲିଖିତ ଅଭିଯୋଗ କରିଛନ୍ତି । ତେବେ ରାଗିଂ ଅଭିଯୋଗ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ରୁଚିକାଙ୍କ ପରିବାର ଲୋକ ଏବେବି କଲେଜ ହଷ୍ଟେଲ ଆଗରେ ବର୍ଷା ସତ୍ତ୍ୱେ ନ୍ୟାୟ ଦାବି କରି ଧାରଣାରେ ବସି ରହିଛନ୍ତି । ଗୋଟିଏ ପରେ ଗୋଟିଏ ରାଗିଂ ଅଭିଯୋଗ ବିଜେବି କଲେଜରୁ ଆସୁଥିବା ବେଳେ କର୍ତ୍ତୃପକ୍ଷ କି ପଦକ୍ଷେପ ନେବେ ଏବେ ତା’ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.