Latest Odisha News

BREAKING NEWS

ଫସର ଫାଟିଲା ଡକାୟତି: ୪ ଜଣଙ୍କୁ ବାନ୍ଧିଲା ପୋଲିସ, ୨ ଚମ୍ପଟ

ପୁରୀ: ଡକାୟତି ଯୋଜନା ଫେଲ୍ ମାରିଲା । ପୁରୀରେ ଡକାୟତି ଯୋଜନା କରୁଥିବା ବେଳେ ଚଢ଼ାଉ କଲା ପୋଲିସ । ୪ ଜମଙ୍କୁ ଗିରଫ କରିଛି ବଳିଆପଣ୍ଡା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁବାସ ଚନ୍ଦ୍ର ମହାନ୍ତି ଓରଫ ଗିଲଟି କାଳୁ, ଜୀବନ ବାରିକ, ସୌମ୍ୟରଞ୍ଜନ ମଲ୍ଲିକ ଓ କାତି ଓରଫ ବରେନ୍ଦ୍ର ମହାରଣା । ସେମାନଙ୍କ ନିକଟରୁ ଖଣ୍ଡା, ଦୁଇଟି ବୋମା, ଲୁହାରଡ୍ ଓ ବାଇକ ଜବତ ହୋଇଛି । ଆଉ ଦୁଇ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ।

ପୁରୀକୁ ବିକାଶମୂଳକ କାମ ପାଇଁ ବିଭିନ୍ନ ଜିନିଷ ନେଇ ଆସୁଥିବା ଗାଡିରୁ ଡକାୟତି କରିବାକୁ ଏମାନେ ଯୋଜନା କରୁଥିଲେ । ଏତିକିବେଳେ ପହଞ୍ଚି ଯାଇଥିଲା ପୋଲିସ । ଦୁଇ ଜଣ ପୋଲିସକୁ ଚକମା ଦେଇ ଖସି ପଳାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ଖୋଲତାଡ ଚଳାଇଛି ବଳିଆପଣ୍ଡା ଥାନା ପୋଲିସ ।

Leave A Reply

Your email address will not be published.