Latest Odisha News

BREAKING NEWS

ଜଟଣୀ: ଡକାୟତି ଯୋଜନା ବେଳେ ୨ ଗିରଫ

ଭୁବନେଶ୍ୱର : ଗଙ୍ଗପଡା ଓଲ୍ଡ ଗେଟ୍ ନିକଟରେ କିଛି ଦୁବୃର୍ତ୍ତ ଡକାୟତି ଯୋଜନା କରୁଥିବାବେଳେ ସେମାନଙ୍କ ଯୋଜନାକୁ ଜଟଣୀ ପୋଲିସ ପଣ୍ଡ କରିବା ସହ ଗିରଫ କରିଛି ।

ଗିରଫ ଡକାୟତମାନେ ପିତାପଲ୍ଲୀ ଗ୍ରାମର ରିଙ୍କୁ ପ୍ରଧାନ ଓ ଜଟଣୀ ଥାନା ଅନ୍ତର୍ଗତ ଗଙ୍ଗପଡା ଗ୍ରାମର ରାକେଶ କୁମାର ସାହୁ ବୋଲି ଜଣାପଡିଛି ।

ଏହି ଡକାୟତି ଗ୍ୟାଙ୍ଗର ଅନ୍ୟ ୩ଜଣ ସଦସ୍ୟ ପୋଲିସକୁ ଚକମ୍ା ଦେଇ ଫେରାର ହୋଇଯାଇଥିଲେ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ଏଏସଆଇ ଏସକେ ବେହୁରାଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ରାତି ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇ ଉକ୍ତ ଅଞ୍ଚଳରେ ଚଢାଉ କରି ଏହି ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା ।

ଅନ୍ୟପକ୍ଷରେ ପୋଲିସ ସେମାନଙ୍କ ଠାରୁ ଦେଶୀ ବନ୍ଧୁକ, ୪ ରାଉଣ୍ଡ ଗୁଳି, ବାରୁଦ, ଅଫୁଟା ବୋମା, ଗନ୍ ପାଉଡର ଏବଂ ଏକ ଛୁରୀ ଜବତ କରିଛି ।

Leave A Reply

Your email address will not be published.